Pratidin TV

Odisha's Digital News Platform

ଟୁଇନ୍ ସିଟିରେ ଖୋଲିଲା ଭଏଜ୍ ଫ୍ୟାମିଲି ରେଷ୍ଟ୍ରୁରାଣ୍ଟ , ଏଥର ନିଆରା ସ୍ୱାଦ ଚାଖିବେ ଲୋକ ।

1 min read

କଟକ ; ଗ୍ରାହକଙ୍କୁ ନୂତନ ସୁସ୍ୱାଦୁ ଖାଦ୍ୟ ପରଷିବା ପାଇଁ ଟୁଇନ୍ ସିଟିର ଛାତି ଉପରେ ଆରମ୍ଭ ହେଲା ଭଏଜ୍ ଫ୍ୟାମିଲି ରେଷ୍ଟ୍ରୁରାଣ୍ଟ । ଦେଶ ବିଦେଶ ର ସୁସ୍ୱାଦ ଖାଦ୍ୟ ପରିବାର ସହ ଉପଭୋଗ କରିବା ଏବଂ ସମୁଦ୍ର ମଝିରେ ଜାହାଜର ମହୋଲ୍ ସାଙ୍ଗକୁ ସେଲ୍ଫିର ନିଆରା ଅନୁଭୂତି ଦେବ ଏହି ରେଷ୍ଟ୍ରୁରାଣ୍ଟ । ଦ୍ଵେତ ନଗରୀ ରାଜରାସ୍ତାର ପାର୍ଶ୍ଵରେ ଥିବା ଏହି ରେଷ୍ଟ୍ରୁରାଣ୍ଟ ରେ ରହିଛି ହାଇଜେନିକ୍ ଖାଦ୍ୟ ସାଙ୍ଗକୁ, ସବୁ ବର୍ଗର ଲୋକଙ୍କୁ ସୁହାଇଲା ଭଳି ଦର ।

ତେବେ ଏଠାକୁ ଆସିଥିବା ଗ୍ରାହକ କୁହନ୍ତି କିଛି ଭଲ ଖାଇବାକୁ ଇଛା ହେଲେ ରାଜଧାନୀ ଯିବାକୁ ପଡୁଥିଲା । କିନ୍ତୁ ଏବେ କଟକ ଗୋପାଳପୁର ଠାରେ ଥିବା ଭଏଜ୍ ରେଷ୍ଟ୍ରୁରାଣ୍ଟରେ ମିଳିଯିବ । ସବୁଠୁ ବଡ଼ କଥା ହେଲା ଏହାର ଇଣ୍ଟେରିଅର୍ ଯେତିକି ଆକର୍ଷଣୀୟ ରହିଛି ତାହା ଆଜିର ଯୁବପିଢ଼ିଙ୍କୁ ବେଶ୍ ଆକୃଷ୍ଟ କରିବ । ଏବଂ ଏହାର ଉପର ଫ୍ଲୋର୍ ରେ ରହିଛି ଏକ banquet ହଲ୍ ।

Advertisement

କେବଳ ସେତିକି ନୁହେଁ ଯଦି ଆପଣ ସାଙ୍ଗ ମାନଙ୍କ ସହ ବର୍ଡେ ପାର୍ଟି ସେଲିବ୍ରେସନ୍ କରିବାକୁ ଚାହୁଁଛନ୍ତି ଏଠାରେ ସ୍ଵତନ୍ତ୍ର ବ୍ୟବସ୍ଥା ରହିଛି । ତେବେ ବ୍ୟୟ ବହୁଳ ଜୀବନ ଭିତରେ ପକେଟ୍ ଫ୍ରେଣ୍ଡଲି ବଜେଟ୍ ରେ ଥରେ ଯାଇ ବୁଲି ଆସନ୍ତୁ ଭଏଜ୍ ରେଷ୍ଟ୍ରୁରାଣ୍ଟ ।

Leave a Reply

Your email address will not be published. Required fields are marked *