କାନାଡାରେ ଅସୁରକ୍ଷିତ ଭାରତୀୟ ; ହିନ୍ଦୁ ମନ୍ଦିରରେ ପଶିଲେ , ଶ୍ରଦ୍ଧାଳୁଙ୍କୁ ପିଟିଲେ ଖଲିସ୍ତାନୀ, ଆକ୍ରମଣକୁ ଗ୍ରହଣୀୟ ନୁହେଁ ବୋଲି କହିଲେ ଟ୍ରୁଡୋ
1 min readକାନାଡାରେ ପୁଣି ହିନ୍ଦୁ ମନ୍ଦିରକୁ ଟାର୍ଗେଟ୍ କରିଛନ୍ତି ଖଲିସ୍ତାନୀ। ମନ୍ଦିର ଭିତରେ ପଶି ଶ୍ରଦ୍ଧାଳୁଙ୍କ ଖଲିସ୍ତାନୀମାନେ ଆକ୍ରମଣ କରିଛନ୍ତି। ତାଙ୍କ ସହ ମାର୍ପିଟ୍ ମଧ୍ୟ କରାଯାଇଛି। କାନାଡାର ବ୍ରମ୍ପଟନରେ ଥିବା ହିନ୍ଦୁ ସଭା ମନ୍ଦିରରେ ଭକ୍ତଙ୍କ ଉପରେ ଆକ୍ରମଣ ହୋଇଛି। ଏହି ପୂରା ଘଟଣାର ଭିଡିସ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହି ଭିଡିଓରେ କିଛି ଖାଲିସ୍ତାନୀ ହିନ୍ଦୁ ଭକ୍ତଙ୍କୁ ବାଡ଼ିରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି । ଏହି ପୁରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେୟାର ହୋଇଥିବା ଭିଡିଓରେ ଖାଲିସ୍ତାନୀଙ୍କ ହାତରେ ହଳଦିଆ ପତାକା ଧରି ମନ୍ଦିର ପରିସରରେ ପଶି ହଙ୍ଗାମା ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ କିଛି ଖାଲିସ୍ତାନୀ ହିନ୍ଦୁ ଭକ୍ତଙ୍କୁ ଏକ ଲାଠିରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ସେପଟେ ମନ୍ଦିର ଭିତରେ ହୋଇଥିବା ଏହି ଆକ୍ରମଣକୁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଓ ସାଂସଦ କଡ଼ା ନିନ୍ଦା କରିଛନ୍ତି।
ଶିଖ୍ କାର୍ଯ୍ୟକର୍ତ୍ତାଙ୍କ ଉପରେ ଗୁଳି ବିନିମୟ ହେବା ଅଭଯୋଗ ହେବା ପରେ ବ୍ରମ୍ପଟନ୍ ହିନ୍ଦୁ ସଭା ମନ୍ଦିରରେ ଭାରୀ ପୁଲିସ୍ ନିୟୋଜନ ହୋଇଥିବାର ଦେଖିବାକୁ ମିଳିଛି। ଭାଇରାଲ ହୋଇଥିବା ଭିଡିଓରେ କିଛି ପୁରୁଷ ମନ୍ଦିରର ଫାଟକ ଭାଙ୍ଗି କମ୍ପ୍ଲେକ୍ସ ଭିତରେ ଭକ୍ତଙ୍କୁ ଆକ୍ରମଣ କରୁଥିବା ଦେଖିବାକୁ ମିଳିଥିଲା। ପିଲ ଆଞ୍ଚଳିକ ପୁଲିସର ମୁଖପାତ୍ର କହିଛନ୍ତି ଯେ ଏହି ଘଟଣାକୁ ନେଇ ଏଯାବତ୍ କୌଣସି ଗିରଫଦାରୀ ହୋଇନାହିଁ। ରିପୋର୍ଟ ହୋଇଥିବା ହିଂସା ପାଇଁ ପୁଲିସ ଏଯାଏ କାହାକୁ ଦାୟୀ କରିନାହିଁ।
ଦିନକୁ ଦିନ ବିଗୁଡୁଛି ଭାରତ ଓ କାନାଡା ସମ୍ପର୍କ । ନିଜ୍ଜର ହତ୍ୟା ମାମଲାକୁ ନେଇ ଉଭୟ ଦେଶ ମଧ୍ୟରେ ବିବାଦ ବଢ଼ୁଛି । ଗୋଟିଏ ପରେ ଗୋଟିଏ ସଂଗୀନ ଅଭିଯୋଗ ଆଣିଚାଲିଛି କାନ୍ନାଡ଼ା। ଏହା ପରେ କାନାଡାକୁ ଏବେ ଶକ୍ତ ଜବାବ ଦେଇଛି ଭାରତ । ଏପରକି କାନାଡା ରାଷ୍ଟ୍ରଦୂତଙ୍କୁ ସମନ ମଧ୍ୟ ଦେଇଛି ଭାରତ ।
ଏହା ଭିତରେ ଭାରତ କାନାଡା ବିରୋଧରେ ନୂଆ ଓ ସଗୀଂନ ଅଭିଯୋଗ ଆଣୁଥିବାର ସୂଚନା ରହିଛି । ଭାରତୀୟ ବୈଦେଶିକ ମନ୍ତ୍ରାଳୟ କହିଛି କାନାଡରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କ ଫୋନକୁ ଟ୍ୟାପିଂ କରାଯାଇଛି। ସେମାନଙ୍କ ଗତିବିଧିକୁ ସନ୍ଦେହ ଦୃଷ୍ଟିରେ ଦେଖା ଯାଉଛି । ମାନସିକ ନିର୍ଯ୍ୟାତନା ଦେବା ଯୋଗୁଁ ରାଷ୍ଟ୍ରଦୂତମାନେ ଖୁବ୍ ଭୟର ମାହୋଲରେ କାମ କରୁଛନ୍ତି ।
କାନାଡ଼ାରେ ହିନ୍ଦୁ ମନ୍ଦିରେ ଭକ୍ତମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଏବେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। “ମୁକ୍ତ ଏବଂ ନିରାପଦ” ଧର୍ମ ପାଳନ କରିବାର ଅଧିକାରକୁ ସେ ସମର୍ଥନ କରି ହିନ୍ଦୁ ମନ୍ଦିରରେ ହୋଇଥିବା ହିଂସାକୁ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।
ଜଷ୍ଟିନ୍ ଟ୍ରୁଡୋ କହିଛନ୍ତି, ‘ଏଭଳି ଘଟଣାକୁ ବରଦାସ୍ତ କରାଯିବ ନାହିଁ, କାନାଡାରେ ସମସ୍ତଙ୍କର ନିଜର ଧର୍ମ ପାଳନ କରିବାର ଅଧିକାର ରହିଛି।’ ହିନ୍ଦୁ ଫୋରମ୍ କାନାଡା ଏହି ଭିଡିଓକୁ X ରେ ପୋଷ୍ଟ କରି ଲେଖିଛି, ‘ବହୁତ ବ୍ୟସ୍ତ କରିବା ଭଳି ଚିତ୍ର । ଖଲିସ୍ତାନୀମାନେ ବ୍ରମ୍ପଟନରେ ଥିବା ହିନ୍ଦୁ ସଭା ମନ୍ଦିରରେ ଭକ୍ତଙ୍କ ଉପରେ ଆକ୍ରମଣ କରିଛନ୍ତି । ଯାହାକି ଆଦୌ ଗ୍ରହଣୀୟ ନୁହେଁ । ପୋଷ୍ଟରେ HFC ବ୍ରମ୍ପଟନ୍ ମେୟର ପାଟ୍ରିକ୍ ବ୍ରାଉନ୍, ସ୍ଥାନୀୟ ପୋଲିସ୍, ଅନଟାରିଓ ପ୍ରିମିୟର ଡଗ୍ ଫୋର୍ଡ ଏବଂ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି । ଆପଣଙ୍କୁ କହିରଖୁଛୁ ଯେ ଟ୍ରୁଡୋ ପ୍ରଶାସନ ସମୟରେ ଭାରତ କାନାଡାର ଖାଲିସ୍ତାନୀମାନଙ୍କୁ ସୁରକ୍ଷା ପ୍ରସଙ୍ଗ ଜାରି ରଖିଛି।