Pratidin TV

Odisha's Digital News Platform

ରାହୁଲ ଦ୍ରାବିଡଙ୍କ ପରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହୋଇପାରନ୍ତି ଭିଭିଏସ୍ ଲକ୍ଷ୍ମଣ!

1 min read

ନୂଆଦିଲ୍ଲୀ: ଚଳିତ ବିଶ୍ୱକପ ଶେଷ ହେବା ରାହୁଲ ଦ୍ରାଭିଡ଼ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି । ତେବେ ତାଙ୍କ ସ୍ଥାନରେ ଆସିପାରନ୍ତି ଭିଭିଏସ୍ ଲକ୍ଷ୍ମଣ । ରାହୁଲଙ୍କ ବଦଳରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ହୋଇ ପାରନ୍ତି ଲକ୍ଷ୍ମଣ । କାରଣ ମୁଖ୍ୟ କୋଚ୍ ଭାବେ ରାହୁଲ ଦ୍ରାବିଡ଼ଙ୍କ କଣ୍ଟ୍ରାକ୍ଟ ସରିଯାଇଛି । ସେ ଆଉ ତାଙ୍କ କଣ୍ଟ୍ରାକ୍ଟକୁ ଆଗକୁ ବଢ଼ାଇବାକୁ ଚାହୁଁ ନାହାନ୍ତି । ଏପରି ସ୍ଥିତିରେ ଲକ୍ଷ୍ମଣ ତାଙ୍କ ସ୍ଥାନ ନେଇପାରନ୍ତି । ବର୍ତ୍ତମାନ ରାହୁଲ ଦ୍ରାବିଡ଼ଙ୍କ ଅନୁପସ୍ଥିତିରେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ଟିମ୍ ପାଇଁ ମୁଖ୍ୟ କୋଚ୍ ଦାୟିତ୍ୱ ତୁଲାଉଛନ୍ତି ଲକ୍ଷ୍ମଣ ।

ତେଣୁ ତାଙ୍କୁ ପୂର୍ଣ୍ଣ କାଳୀନ କୋଚ୍ ନିଯୁକ୍ତି ଦିଆଯାଇପାରେ ବୋଲି ଖବର ଶୁଣିବାକୁ ମିଳୁଛି । ଦିନିକିଆ ବିଶ୍ୱକପ୍ ଶେଷ ପର୍ଯ୍ୟନ୍ତ ମୁଖ୍ୟ କୋଚ୍ ଭାବେ ନିଯୁକ୍ତ ହୋଇଥିଲେ ରାହୁଲ । ସେପଟେ ଆଇପିଏଲ୍ ଟିମ୍ ଆଡ଼ୁ ରାହୁଲଙ୍କୁ ମୁଖ୍ୟ କୋଚ୍ ପାଇଁ ଡାକରା ଆସୁଛି । ତେଣୁ ସେ ଆଇପିଏଲ୍‌କୁ ବାଛି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ରାହୁଲ ୨୦୨୪ ଆଇପିଏଲ ସଂସ୍କରଣ ପାଇଁ ଲକ୍ଷ୍ନୌ ସୁପର ଜାଏଣ୍ଟର ମେଣ୍ଟର ଭାବେ ଯୋଗ ଦେଇପାରନ୍ତି ବୋଲି କୁହାଯାଉଛି । ଅନ୍ୟପଟେ ଭିଭିଏସ୍ ଲକ୍ଷ୍ମଣ ବର୍ତ୍ତମାନ ଜାତୀୟ କ୍ରିକେଟ୍ ଆକାଡେମୀ ମୁଖ୍ୟ ରହିଛନ୍ତି । ତେଣୁ ମୁଖ୍ୟ କୋଚ୍ ହେବା ଦୌଡ଼ରେ ସେ ଆଗରେ ରହିଛନ୍ତି । ଏନେଇ ଖୁବ୍‌ଶୀଘ୍ର ବିସିସିଆଇ ବୈଠକ ଡକାଇବା । ମୁଖ୍ୟ କୋଚ କିଏ ହେବ ସେ ନେଇ ଘୋଷଣା କରିବ ।ତେବେ ଦେଖିବାକୁ ରହିଲା ଆଗାମୀ ଟ-୨୦ ମ୍ୟାଚ ପାଇଁ କାହାକୁ ମିଳିବ ଭାରତର ଦାୟିତ୍ୱ ।

Advertisement

Leave a Reply

Your email address will not be published. Required fields are marked *