ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନୀତ ହେବେ ବର୍ଷୀୟାନ ଅଭିନେତ୍ରୀ ୱାହିଦା ରେହମାନ
1 min readନୂଆଦିଲ୍ଲୀ : ସମ୍ମାନ ଜନକ ଦାଦା ସାହେବ ଫାଲକେ ପୁରସ୍କାର ପାଇଁ ଚଳିତ ବର୍ଷର ନାମ ଚୟନ ହୋଇ ସାରିଛି । ବର୍ଷୀୟାନ ଅଭିନେତ୍ରୀ ୱାହିଦା ରେହମାନ ପାଇବେ ଚଳିତ ବର୍ଷ ଦାଦା ସାହେବ ଫାଲକେ ପୁସ୍କାର । ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି । ଭାରତୀୟ ସିନେମା ପ୍ରତି ଦୀର୍ଘ ବର୍ଷର ଅବଦାନ ପାଇଁ ଚଳିତ ଥର ୱାହିଦା ରେହମାନଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯିବ । ଏନେି ଘୋଷଣା କରି ଆମେ ଖୁସି ଅନୁଭବ କରୁଛୁ ବୋଲି ଅନୁରାଗ କହିଛନ୍ତି । ୱାହିଦାଙ୍କ ଫିଲ୍ମ କ୍ୟାରିୟର କଥା କହିଲେ ସେ ୫ ଦଶନ୍ଧି ମଧ୍ୟରେ ଅନେକ ସୁପରହିଟ ଫିଲ୍ମ ଦେଇଛନ୍ତି । ୮୫ ବର୍ଷୀୟ ଏହି ଅଭିନେତ୍ରୀ ନିଜ ଅଭିନୟର ଯାଦୁରେ ଲେକାପ୍ରିୟ ଅଭିନେତ୍ରୀ ହୋଇ ପାରିଛନ୍ତି । ନିଜ ଜୀବନ୍ତ ଅଭିନୟ ପାଇଁ ସେ ଜାତୀୟ ପୁରସ୍କାର ,ପଦ୍ମଶ୍ରୀ.ପଦ୍ମବିଭୂଷଣରେ ମଧ୍ୟ ସମ୍ମାନୀତ ହୋଇ ସାରିଛନ୍ତି ।
ନିଜ କଠିନ ପରିଶ୍ରମ ଯୋଗୁଁ ଭାରତୀୟ ଚଳଚ୍ଚିତ୍ରରେ ଏକ ମାଇଲ ଖୁଣ୍ଟ ହାସଲ କରି ପାରିଛନ୍ତି । ତେବେ ଅଭିନେତ୍ରୀଙ୍କ ନାଁ ଘୋଷଣା କରିବା ସମୟରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଟ ଠାକୁର କହିଛନ୍ତି ଯେ ,କିଛି ଦିନ ପୂର୍ବେ ମହିଳା ସଂରକ୍ଷଣ ପରି ଐତିହାସିକ ବିଲ ପାସ ହୋଇଥିବା ବେଳେ ବର୍ତ୍ତମାନ ସମଗ୍ର ଦେଶରେ ଏବେ ଏହାର ଉତ୍ସବ ପାଳିତ ହେଉଛି । ଏଭଳି ସମୟରେ ଜଣେ ବର୍ଷୀୟାନ ଅଭିନେତ୍ରୀଙ୍କୁ ସମ୍ମାନ ଦେବା ଏକ ଗୌରବର କଥା । ୱାହିଦା ରେହମାନ ପ୍ୟାସ,କାଗଜ କେ ଫୁଲ, ଚୌଦଭି କା ଚାନ୍ଦ, ଖାମୋସି ଭଳି ସୁପରହିଟ ଫିଲ୍ମ ରେ ଅଭିନୟ କରିଛନ୍ତି ।