Pratidin TV

Odisha's Digital News Platform

ମହିଳାମାନଙ୍କର ଅଜବ ଜିଦ୍ , ପ୍ରାଣପ୍ରତିଷ୍ଠା ଦିନ ପିଲା ଜନ୍ମ ଦେବେ …

1 min read

ପାଖେଇ ଆସୁଛି ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ଦିନ । ଦିନ ଯେତେ ଯେତେ ପାଖେଇ ଆସୁଛି ଉତ୍ସାହ ସତିକି ବଢିବାରେ ଲାଗିଛି । ସେହି ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରିଛନ୍ତି ପୁରା ଦେଶବାସୀ । ଆସନ୍ତା ଜାନୁଆରୀ ୨୨ ତାରିଖରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ହେବ । ସେଥିପାଇଁ ଏବେଠୁ ଚାଲିଛି ପ୍ରସ୍ତୁତି । ତେବେ ଏହି ଦିନକୁ ଚାତକ ପରି ଚାହଁ ରହିଛନ୍ତି କିଛି ଗର୍ଭବତୀ ମହିଳା ରାମଲଲାଙ୍କ ପ୍ରାଣପ୍ରତିଷ୍ଠାର ସେହି ଶୁଭ ଦିନରେ ସନ୍ତାନ ଜନ୍ମ କରିବାପାଇଁ ଚାହୁଁଛନ୍ତି । ସୂଚନାନୁଯାୟୀ ଜାନୁଆରୀ ୨୨ ତାରିଖରେ ଗର୍ଭବତୀ ମହିଳା ମାନେ ସନ୍ତାନ ପ୍ରସବ କରିବା ପାଇଁ କହୁଛନ୍ତି । ଏପରିକି ପରିବାର ଲୋକ ମଧ୍ୟ ମହିଳାଙ୍କ ଏହି ଇଚ୍ଛାକୁ ସ୍ୱାଗତ କରି ଏହି ଦିନ ମହିଳାମାନଙ୍କ ପ୍ରସବ କରିବା ପାଇଁ ଡାକ୍ତରଙ୍କୁ ନିବେଦନ କରିଛନ୍ତି । ରାମଲଲାଙ୍କ ଧରାବତରଣରେ ତାଙ୍କ ପିଲାର ଜନ୍ମ , ଯାହା ତାଙ୍କ ପିଲା ପାଇଁ ସବୁଦିନ ସ୍ମରଣୀୟ ହୋଇ ରହିବ । ତେବେ ଏପରି ଘଟଣା ଉତ୍ତପ୍ରଦେଶରେ ଦେଖିବାକୁ ମିଳିଛି । କାନପୁରର ଏକ ସରକାରୀ ଡାକ୍ତରଖାନାରେ ଜଣେ ମହିଳା ଏହି ପବିତ୍ର ଦିନରେ ପିଲାଜନ୍ମ କରିବାପାଇଁ ଡାକ୍ତରଙ୍କୁ ନିବେଦନ କରିଥିବା ଜଣାପଡିଛି । ଏନେଇ ସେ ଡାକ୍ତରଙ୍କୁ ତାଙ୍କର ପ୍ରାଣ ପ୍ରତିଷ୍ଠା ଦିନ ପ୍ରସବ ସମୟ ଧାର୍ଯ୍ୟ କରନ୍ତୁ ବୋଲି କହିଛନ୍ତି । ଏହି ଘଟଣାକୁ ନେଇ ବିଭାଗର ମୁଖ୍ୟ ଡାକ୍ତର ସୀମା ଦ୍ୱିବେଦୀ ସୂଚନା ଦେଇ କହିଛନ୍ତି , ‘ମହିଳା ଜଣକ ୨୨ ତାରିଖରେ ତାଙ୍କର ପ୍ରସବ କରାଇବାକୁ ଜିଦ୍ ଧରିଛନ୍ତି । ଖାଲି ଜଣେ ମହିଳା ନୁହେଁ, ଆହୁରି ୧୪ରୁ ୧୫ ପରିବାର ଜାନୁଆରୀ ୨୨ରେ ସେମାନଙ୍କ ସନ୍ତାନର ପ୍ରସବ କରାଇବାକୁ ଡାକ୍ତରଙ୍କୁ ଅନୁରୋଧ କରିଛନ୍ତି । ତେବେ ପରିବାର ଏବଂ ଗର୍ଭବତୀ ମାନଙ୍କ ଇଚ୍ଛାକୁ ଦୃଷ୍ଟିରେ ରଖି , ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ଦିନ ପ୍ରାୟ ୩୦ଟି ଅପରେସନ କରିବା ପାଇଁ ବ୍ୟାବସ୍ଥା କରାଯାଇଥିବା ଡାକ୍ତର କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *