ଯୁଦ୍ଧ ରୋକିପାରୁଛନ୍ତି, କିନ୍ତୁ ପ୍ରଶ୍ନପତ୍ର ଲିକ ରୋକିପାରିନାହାନ୍ତି, ଏପରି କହି ରାହୁଲ କଲେ ମୋଦିଙ୍କୁ ଟାର୍ଗେଟ
1 min readନିଟ ପରୀକ୍ଷାର ପ୍ରଶ୍ନପତ୍ର ଲିକ ଅଭିଯୋଗ ଘଟଣା ପୂରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଏହାକୁ ନେଇ ଏବେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ | ଗୁରୁବାର ଦିନ ଅର୍ଥାତ ଜୁନ ୨0 ତାରିଖ ଦିନ ରାହୁଲ ଗାନ୍ଧି ସାମ୍ବାଦିକ ସମ୍ମିଳନୀ ରାହୁଲ ଗାନ୍ଧି ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପରେ ଟାର୍ଗେଟ କରିଛନ୍ତି |
ରାହୁଲ ଗାନ୍ଧୀ କହିଛନ୍ତି, “କୁହାଯାଉଛି ନରେନ୍ଦ୍ର ମୋଦୀ ୟୁକ୍ରେନ୍-ରୁଷ ଯୁଦ୍ଧ ରୋକିଦେଲେ । ଇସ୍ରାଏଲ ଆଉ ଗାଜା ଭିତରେ ଚାଲିଥିବା ଯୁଦ୍ଧ ରୋକିଦେଲେ । ହେଲେ କୌଣସି ନା କୌଣସି କାରଣରୁ ଦେଶରେ ଯେଉଁ ପେପର ଲିକ୍ ହେଉଛି, ତାକୁ କିନ୍ତୁ ନରେନ୍ଦ୍ର ମୋଦୀ ରୋକିପାରୁନାହାଁନ୍ତି । ନା ପେପର ଲିକକୁ ରୋକିବାକୁ ଚାହୁଁନାହାଁନ୍ତି?” ଏପରି ରାହୁଲ କଟାକ୍ଷ କରି କହିଛନ୍ତି।
ମେଡିକାଲ ପ୍ରବେଶିକା ପରୀକ୍ଷା ନିଟକୁ ନେଇ ଦେଶରେ ଚର୍ଚ୍ଚା ଥମିନଥିବା ବେଳେ, ବୁଧବାର ୟୁଜିସି ନେଟ୍ ପରୀକ୍ଷାକୁ ମଧ୍ୟ ରଦ୍ଦ ଘୋଷଣା କରିଛି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ । ଆଉ ଏ ଦୁଇଟି ପରୀକ୍ଷାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛି କଂଗ୍ରେସ । ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଓ ଏହାର କୁଳପତିମାନେ ବିଜେପି ନିୟନ୍ତ୍ରଣରେ ରହିଛନ୍ତି। ବିଜେପି ଓ ଏହାର ମୂଳ ସଂଗଠନ ଏଗୁଡ଼ିକୁ ପରିଚାଳନା କରୁଛନ୍ତି। ସରକାର ପେପର ଲିକକୁ ରୋକିବା ପାଇଁ ଚାହୁଁ ନଥିବାରୁ ପିଲାମାନେ ଅନେକ ସମସ୍ୟା ଭୋଗୁଥିବା ରାହୁଲ କହିଛନ୍ତି। ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର ଶିକ୍ଷଣୀୟ ସଂସ୍ଥା ଉପରେ ବିଜେପି ଏବଂ ସଂଘ ସହ ଜଡିତ ଥିବା ଲୋକମାନେ କବଜା କରୁଛନ୍ତି । ଯେବେ ପର୍ଯ୍ୟନ୍ତ ଏହି କଥା ବଦଳିବନି, ସେତେ ପର୍ଯ୍ୟନ୍ତ ପେପରଲିକ୍ ବନ୍ଦ ହେବନି ବୋଲି ରାହୁଲ କହିଛନ୍ତି ।
ନିଟ ପ୍ରସଙ୍ଗରେ ରାହୁଲ କହିଛନ୍ତି, “ନିଟ୍ ପରୀକ୍ଷାରେ ଏନଟିଏକୁ ଶିକ୍ଷା ମନ୍ତ୍ରୀ କ୍ଲିନଚିଟ ଦେବାର ଅର୍ଥ ସେମାନଙ୍କର ଏ ପ୍ରସଙ୍ଗରେ କୌଣସି ପ୍ରକାରର ଉତ୍ତରଦାୟିତ୍ୱ ନାହିଁ। ଯଦି ସେମାନେ କ୍ଲିନଚିଟ ଦେଉଛନ୍ତି, ତା’ହେଲେ ସେମାନଙ୍କର ଉତ୍ତରଦାୟିତ୍ୱ ଶୂନ। ସମସ୍ତେ ଜାଣିଛନ୍ତି ଯେ ପୂରା ଘଟଣାର ମୂଳ ହେଉଛି ମଧ୍ୟପ୍ରଦେଶ, ଗୁଜରାଟ ଓ ଉତ୍ତର ପ୍ରଦେଶ।”