ଏହିସବୁ ସଂଙ୍କେତରୁ ଜାଣିବେ ସୁସ୍ଥ ନାହିଁ ଆପଣଙ୍କ କିଡନୀ , ସମୟ ପୂର୍ବରୁ ହୋଇଯାଆନ୍ତୁ ସଜାଗ୍ …..
1 min readକିଡନୀ (ବୃକକ୍) ଆମ ଶରୀରର ଏକ ଗୁରୁତ୍ୱପୂ୍ର୍ଣ୍ଣ ଅଙ୍ଗ । ଏହା ଆମ ଶରୀରରେ ରକ୍ତ ସଫା କରିବା ସହ ବଜ୍ୟବସ୍ତୁ ଦ୍ରବ୍ୟକୁ ବାହାର କରିବାର କାମ କରିଥାଏ । ଯେତେବେଳେ କିଡନୀ ଠିକ୍ ଭାବେ କାମ କରେନାହିଁ ସେତେବେଳେ ବଜ୍ୟବସ୍ତୁ ପଦାର୍ଥ ଶରୀରର ବାହାରୁ ବାହାରିପାରେ ନାହିଁ ଏବଂ ତାହା ଆମ ଶରୀର ମଧ୍ୟରେ ଅନେକ ପ୍ରକାରର ରୋଗ ସୃଷ୍ଟି କରେ ।
ଆମ ଶରୀରର ଥିବା ପ୍ରତ୍ୟକ ଅଙ୍ଗର ଭିନ୍ନ ଭିନ୍ନ କାମ ଥାଏ । ହୃଦୟ ଏବଂ ମସ୍ତିଷ୍କ ଭଳି କିଡନୀ ମଧ୍ୟ ସ୍ୱାସ୍ଥ୍ୟକୁ ନିୟନ୍ତ୍ରିତ ରଖିବାର କାମ କରେ । କିଡନୀର ମୂଖ୍ୟ କାମ ରକ୍ତ ସଫା କରିବା ଏବଂ ପରିଶ୍ରା ମାଧ୍ୟମରେ ଶରୀରରୁ ବଜ୍ୟବସ୍ତୁକୁ ବାହାର କରିବା । ଏହା ବ୍ୟତୀତ କିଡନୀ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଏବଂ ଲାଲ ରକ୍ତ କଣିକା ଗଠନ କରିବାରେ ସାହାଯ୍ୟ କରିଥାଏ ଏବଂ ଶରୀରର PH ସ୍ତରକୁ ନିୟନ୍ତ୍ରଣ କରିଥାଏ । ଯଦି କିଡନୀରେ କୌଣସି ପ୍ରକାରର ସମସ୍ୟା ଥାଏ, ତେବେ ଅନେକ ପ୍ରକାରର ରୋଗର ସାମ୍ନା କରିବାକୁ ପଡିବ । ଯେତେବେଳେ କିଡନୀରେ କୌଣସି ଅସୁବିଧା ହୁଏ, ସେତେବେଳେ ଆମ ଶରୀର ଅନେକ ସଙ୍କେତ ଦେବା ଆରମ୍ଭ କରେ । ତେବେ ବର୍ତ୍ତମାନ ଆମ ଦେଶରେ କିଡନୀ ରୋଗୀମାନଙ୍କର ସଂଖ୍ୟା ଖୁବ୍ ଜୋରରେ ବଢିବାକୁ ଲାଗିଛି । ଏକ ସର୍ଭେରୁ ଜଣାପଡିଛି ଯେ ପ୍ରତି ୧୦ ଜଣଙ୍କ ମଧ୍ୟରୁ ଜଣେ କିଡନୀ ରୋଗର ଶିକାର ହେଉଛନ୍ତି। ତେବେ ଚାଲନ୍ତୁ ଜାଣିନେବା କିଛି ସଂଙ୍କେତ ବିଷୟରେ ଯାହା ଆପଣଙ୍କୁ ସମୟଥିବା ପୂର୍ବରୁ ହିଁ କହିଦେବ କି ଆପଣଙ୍କ କିଡନୀ ସୁସ୍ଥ ଅଛି କିନାହିଁ ।
୧-ନିଶ୍ୱାସ ନେବାରେ କଷ୍ଟହେବା –କିଡନୀ ଆମ ଶରୀରରେ ଫ୍ଲୁଇଡ୍କୁ ବାଲାନ୍ସ କରିବାର କାମ କରିଥାଏ । ଯଦି କିଡନୀରେ କିଛି ଅସୁବିଧା ହୁଏ ତେବେ ମସ୍ତିକରେ ଫ୍ଲୁଇଡ୍ ଜମାଟ ବାନ୍ଧିଥାଏ । ଯାହାଦ୍ୱାରା ମଣିଷକୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ ।
୨–ସୁଷ୍କ ତ୍ୱଜା-ଯଦି ଆପଣଙ୍କ ତ୍ୱଜା ଅଧିକ ସୁଷ୍କ ହେବା ସହ ଶରୀର କୁଣ୍ଢାଇ ହୁଏ । ତେବେ ଜାଣିନେବା ଯେ ଆପଣଙ୍କ କିଡନୀରେ କିଛି ସମସ୍ୟା ରହିଛି । ଏଥିରୁ ଆମେ ଜଣିବା ଯେ ରକ୍ତରେ ମିନିରଲସ୍ ଆଉ ପୋଷକ ଗୁଡିକ ଅସନ୍ତୁଳିତ ଅବସ୍ତାରେ ଅଛି ।
୩-ଅଧିକ ଥକ୍କା ଲାଗିବା – କିଡନୀ ଲାଲ ରକ୍ତ କଣିକା ମଧ୍ୟ ଉତ୍ପାଦନ କରେ, ଯାହାର ଅଭାବ ରକ୍ତହୀନତାର କାରଣ ହୋଇପାରେ । କିଡନୀ ମସ୍ତିଷ୍କ ଏବଂ ମାଂସପେଶୀକୁ ଅମ୍ଳଜାନ ଏବଂ ପୁଷ୍ଟିକର ଯୋଗାଣରେ ମଧ୍ୟ ବାଧା ସୃଷ୍ଟି କରିପାରେ, ଯାହା ଆପଣଙ୍କୁ ଅତ୍ୟଧିକ ଥକ୍କା ଅନୁଭବ କରିପାରେ ।
୪–ପରିସ୍ରାରେ ପରିବର୍ତ୍ତନ ହେବା – ଯଦି କିଡନୀରେ କୌଣସି ପ୍ରକାରର ସମସ୍ୟା ଥାଏ, ତେବେ ପରିସ୍ରାରେ ମଧ୍ୟ ପରିବର୍ତ୍ତନ ଦେଖାଯାଏ । ସାଧାରଣତ ,, କିଡନୀ ରକ୍ତ ଫିଲ୍ଟର୍ କରିବାରେ ସାହାଯ୍ୟ କରିଥାଏ, ଯାହାଦ୍ୱାରା ପରିସ୍ରା ଉତ୍ପନ୍ନ ହୁଏ, ଯାହା ମାଧ୍ୟମରେ ଶରୀରରୁ ବର୍ଜ୍ୟବସ୍ତୁ ବାହାର କରାଯାଇଥାଏ । କିନ୍ତୁ ଯେତେବେଳେ କିଡନୀ ସଠିକ୍ ଭାବରେ କାମ କରେ ନାହିଁ, ସେତେବେଳେ ପରିସ୍ରା କରିବା ସମୟରେ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡେ । କିଛି ଲୋକ ବାରମ୍ବାର ପରିସ୍ରା ଅନୁଭବ କରିପାରନ୍ତି, ଆଉ କେତେକଙ୍କୁ ପରିସ୍ରାରେ ରକ୍ତ, ଫୋମିଙ୍ଗ ଇତ୍ୟାଦି ସମସ୍ୟାର ସମ୍ମୁଖୀନ ହେବାକୁ ପଡେ।
୫–ମୁହଁ ,ଆଖି ଏବଂ ଗୋଡ ଫୁଲିବା-କିଡନୀ ର ମୁଖ୍ୟ କାର୍ଯ୍ୟ ହେଉଛି ଶରୀରରୁ ବିଷାକ୍ତ ଏବଂ ବର୍ଜ୍ୟବସ୍ତୁ ବାହାର କରିବା । କିନ୍ତୁ ଯେତେବେଳେ କିଡନୀ ସଠିକ୍ ଭାବରେ କାମ କରିବା ବନ୍ଦ କରେ, ବର୍ଜ୍ୟବସ୍ତୁ ଶରୀରରୁ ବାହାରକୁ ବାହାରି ପାରିବ ନାହିଁ, ଯେଉଁ କାରଣରୁ ଟିସୁରେ ଜଳ ଏବଂ ଲୁଣ ସହିତ ବିଷାକ୍ତ ପଦାର୍ଥ ତିଆରି ହୁଏ । ଶରୀରରେ ଏସବୁର ସ୍ତର ବୃଦ୍ଧି ହେତୁ ମୁହଁ, ଗୋଡ ଏବଂ ଆଖି ଫୁଲିବା ଆରମ୍ଭ ହୁଏ ।