ଆଜି ଓ୍ୱାଙ୍ଖେଡେରେ ଇଣ୍ଡିଆ-ନ୍ୟୁଜିଲାଣ୍ଡ ମୁହଁମୁହିଁ ; ମ୍ୟାଚ୍ ପୂର୍ବରୁ ଷ୍ଟାଡିୟମକୁ ଉଡାଇଦେବା ଧମକ୍ …
1 min readମୁମ୍ବାଇ ; ଆଜି ମୁମ୍ବାଇର ଓ୍ୱାଙ୍ଖେଡେ ଷ୍ଟାଡିୟମରେ ଭାରତ-ନ୍ୟୁଜିଲାଣ୍ଡର ସେମିଫାଇନାଲ ମ୍ୟାଚ୍ ଆରମ୍ଭ ହେବ । କିନ୍ତୁ ମ୍ୟାଚ୍ ପୂର୍ବରୁ ମୁମ୍ବାଇ ପୋଲିସକୁ ମିଳିଛି ବିସ୍ପୋରକ ଧମକ । ଟ୍ୱିଟ୍ ଜରିଆରେ ‘ଢ’ରେ କେହି ଜଣେ ଦୁର୍ବୃତ୍ତ ମୁମ୍ବାଇ ପୁଲିସକୁ ଧମକ ଦେଇଛି।
ଓ୍ୱାଙ୍ଖେଡେ ଷ୍ଟାଡିୟମରେ ବଡ଼ ଧରଣର ବିସ୍ଫୋରଣ ତଥା ଅଘଟଣ ଘଟାଇବେ ବୋଲି ଚେତାବନୀ ଦିଆଯାଇଛି। ଏଥିସହ ବନ୍ଧୁକ, ଗୁଳି ଏବଂ ହ୍ୟାଣ୍ଡଗ୍ରେନେଡ୍ ସହ ଫଟୋ ଟ୍ୟାଗ କରିଛି ସନ୍ଦିଗ୍ଧ। କେବଳ ସେତିକି ନୁହେଁ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍ ବେଳେ ନିଆଁ ଲଗାଇଦେବୁ କଣ୍ଟେଣ୍ଟ ଥିବା ଏକ ଫଟୋକୁ ମଧ୍ୟ ପୋଷ୍ଟ କରାଯାଇଛି।
ଏନେଇ ସୁରକ୍ଷା ବ୍ୟାବସ୍ଥାକୁ ଅଧିକ କଡାକଡି କରିଛି ମୁମ୍ବାଇ ପୋଲିସ । ଦର୍ଶକଙ୍କୁ ସକାଳ ସାଢ଼େ ୧୧ଟାରେ ଷ୍ଟାଡିୟମ ଭିତରେ ଏଣ୍ଟ୍ରି କରିବାକୁ ଅନୁମତି ମିଳିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପେନ୍, ପେନ୍ସିଲ୍, ମାର୍କର, କୋର୍ କାଗଜ, ବ୍ୟାନର ପୋଷ୍ଟର ସହ ବ୍ୟାଗ୍, ପାଓ୍ୱାର ବ୍ୟାଙ୍ଗ, କଏନ୍, ତମାଖୁ ପଦାର୍ଥ ଆଦି ଷ୍ଟାଡିୟମ ଭିତରକୁ ନ ନେବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।
ଓ୍ୱାଙ୍ଖେଡେ ଷ୍ଟାଡିୟମର ସମସ୍ତ ୧୦ଟି ଗେଟ୍ ସାମ୍ନାରେ ପାର୍କିଂ ବ୍ୟାନ୍ କରାଯାଇଛି। ଷ୍ଟାଡିୟମ ଠାରୁ ଏକ କିଲୋମିଟର ଦୂରରେ ପାର୍କିଂ ବ୍ୟବସ୍ଥା କରାଯାଇଛି।ସେହିଭଳି ଷ୍ଟାଡିୟମ ଚାରିପଟେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପାଖାପଖି ୯୦୦ ପୁଲିସ କର୍ମୀ ନିୟୋଜିତ କରାଯାଇଛି।