ନିଆଁ ଲାଗି କ୍ଷତିଗ୍ରସ୍ତ ହେଲା ଯୁଦ୍ଧ ଜାହାଜ ‘INS ବ୍ରହ୍ମପୁତ୍ର’, ଜୁନିୟର ସେଲର ନିଖୋଜ
1 min readଯୁଦ୍ଧ ଜାହାଜ INS ବ୍ରହ୍ମପୁତ୍ରରେ ରବିବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି, ଯାହା ପରେ ଏହା ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣା ପରେ ଜଣେ ନାବିକ ନିଖୋଜ ଅଛନ୍ତି । ସୋମବାର ଅର୍ଥାତ ଜୁଲାଇ ୨୨ ରେ ଭାରତୀୟ ନୌସେନା ଏହି ସୂଚନା ଦେଇଛି। ନୌସେନା କହିବାନୁଯାୟୀ, ପ୍ରଥମେ ଜାହାଜରେ ନିଆଁ ଲାଗିଗଲା, ପରେ ଏହା ଧୀରେ ଧୀରେ ଗୋଟିଏ ପାର୍ଶ୍ୱକୁ ଢଳିବାକୁ ଲାଗିଲା ଏବଂ ବର୍ତ୍ତମାନ ସମାନ ସ୍ଥିତିରେ ଠିଆ ହୋଇଛି। ତେବେ ଜାହାଜରୁ ଜଣେ ନାବିକ ନିଖୋଜ ଅଛନ୍ତି । ତାଙ୍କ ସନ୍ଧାନ ଜାରି ରହିଛି ।
ସୂଚନା ଅନୁଯାୟୀ, ଭାରତୀୟ ନୌସେନାର ଯୁଦ୍ଧ ପୋତ ଆଇଏନଏସ ବ୍ରହ୍ମପୁତ୍ରରେ ନିଆଁ ଲାଗି ଯାଇଛି। ମୁମ୍ବାଇରେ ଥିବା ନୌସେନା ଡକୟାର୍ଡରେ ମରାମତି କାର୍ଯ୍ୟ ଚାଲିଥିବା ବେଳେ ଏଥିରେ ନିଆଁ ଲାଗିଯାଇଥିଲା | ନିଆଁ ଲାଗି ଯୁଦ୍ଧ ପୋତ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜଣେ ଜୁନିୟର ସେଲର ବା କନିଷ୍ଠ ନାବିକ ନିଖୋଜ ହୋଇଯାଇଛନ୍ତି। ନୌସେନା ପକ୍ଷରୁ ସନ୍ଧାନ ଜାରି ରଖାଯାଇଛି |
ନିଆଁ ଲାଗିବା ପରେ ଜାହାଜଟି ଗୋଟିଏ ପଟକୁ ଝୁଙ୍କି ପଡିଛି । ସୋମବାର ସକାଳ ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇଛି । ନିଆଁ ଆୟତ୍ତ ହେବା ପରେ ଯାଞ୍ଚ ଓ ଅନ୍ୟାନ୍ୟ କାମ କରାଯାଇଛି। ନିଆଁ ଆୟତ୍ତ ହୋଇଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଜୁନିୟର ସେଲରଙ୍କ ସନ୍ଧାନ ମିଳିନାହିଁ। ତାଙ୍କୁ ଖୋଜିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ନୌସେନା ।