Pratidin TV

Odisha's Digital News Platform

ଫାଇନାଲ ଆଗରୁ ଟିମରୁ ବାଦ ପଡିଲେ ଅଲରାଉଣ୍ଡର ଅକ୍ଷର, ତାଙ୍କ ବଦଳରେ ଖେଳିବେ ଏହି ଖେଳାଳି

1 min read


ମୁମ୍ବାଇ: ଏସିଆ କପ ୨୦୨୩ର ଫାଇନାଲ ମ୍ୟାଚ ପୂର୍ବରୁ ଭାରତୀୟ ଦଳକୁ ଝଟକା । ଫାଇନାଲ ମ୍ୟାଚ ଖେଳିବା ଆଗରୁ ଦଳରୁ ଆଉଟ ହେଲେ ଅଲରାଉଣ୍ଡର ଅକ୍ଷର ପଟେଲ । ତାଙ୍କ ବଦଳରେ ଟିମରେ ସାମିଲ ହେଲେ ଅଲରାଉଣ୍ଡର ୱାସିଂଟନ ସୁନ୍ଦର । ତେବେ ଗତକାଲି ଏସିଆକପର ଶେଷ ଗ୍ରୁପ ମ୍ୟାଚରେ ଭାରତ ସହ ମୁହାଁମୁହିଁ ହୋଇଥିଲା ବାଂଲାଦେଶ । ଏହି ମ୍ୟାଚରେ ଭାରତକୁ ପରାଜୟର ସ୍ୱାଦ ଚାଖିବାକୁ ପଡିଥିଲା । ତେବେ ନିଜ ଦଳକୁ ଜିତାଇବାକୁ ମୈଦାନରେ ଅନେକ ଚେଷ୍ଟା କରିଥିଲେ ଅକ୍ଷର । ତେବେ ଏହି ମ୍ୟାଚରେ ବ୍ୟାଟିଂ କରୁଥିବା ବେଳେ ଅକ୍ଷର ପଟେଲଙ୍କ ହାତରେ ଆଘାତ ଲାଗିଯାଇଥିଲା । ଯାହାଫଳରେ ସେ ଶ୍ରୀଲଙ୍କା ସହ ହେବାକୁ ଥିବା ଫାଇନାଲ ମ୍ୟାଚରୁ ବାଦ ପଡିଛନ୍ତି । ଏବଂ ତାଙ୍କୁ ବାଦ ଦେବା ପଡେ ତାଙ୍କ ସ୍ଥାନ ପୁରଣ କରିବା ପାଇଁ ୱାସିଂଟନଙ୍କୁ ସୁଯୋଗ ଦିଆଯାଇଛି । ଏଥି ପାଇଁ ସେ କଲମ୍ବୋ ଗସ୍ତ କରିଛନ୍ତି । ରବିବାର ଦିନ କଲମ୍ବୋ ସ୍ଥିତ ଆର ପ୍ରେମାଡାସା ଷ୍ଟାଡିୟମରେ ଭାରତ ଏବଂ ଶ୍ରୀଲଙ୍କ ମଧ୍ୟରେ ଫାଇନାଲ ମ୍ୟାଚ ଖେଳଯିବ । ତେବେ ନିକଟରେ ସୁନ୍ଦର ଟିମ ଇଣ୍ଡିଆ ସହିତ ଆୟଲାଣ୍ଡ ଗସ୍ତରେ ଯାଇ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ୨ଟି ମ୍ୟାଚ ଖେଳିଥିଲେ । ତେବେ ସେ ଉଭୟ ମ୍ୟାଚରେ କୌଣସି ୱିକେଟ ନେଇ ପାରି ନଥିଲେ । ଆଇପିଏଲ୨୦୨୩ରେ ସୁନ୍ଦର ଆହତ ହୋଇଥିଲେ । ଯାହାଫଳରେ ସେ ବିଶ୍ରାମରେ ରହିଥିଲେ ।

ଅନ୍ୟପଟେ ଅକ୍ଷର ପେଟଲ କେତେ ମାତ୍ରାରେ ଆହତ ହୋଇଛନ୍ତି ତାହା ବର୍ତ୍ତମାନ ସୁଧା ସ୍ପଷ୍ଟ ହୋଇ ନାହିଁ । ଗତକାଲି ମୈଦାନରେ ଖେଳୁଥିବା ବେଳେ ଅକ୍ଷରଙ୍କୁ ୨ ଥର ଆଘାତ ଲାଗିଥିଲା । ଖେଳ ମଝିରେ ଫିଜିଓ ଆସି ତାଭ୍‌କ ହାତରେ ସ୍ପ୍ରେ ଲଗାଇଥିଲେ । ପରେ ପୁଣିଥରେ ଖେଳିବା ଆରମ୍ଭ କରିଥିଲେ ଅକ୍ଷର । ଦମଦାର ପାରି ଖେଳିଥିଲେ ସୁଧା ଟିମ କୁ ଜିତାଇ ପାରିନଥିଲେ ଅକ୍ଷର ପଟେଲ । ସେପଟେ ଅକ୍ଷରଙ୍କୁ ଆଘାତ ଲାଗିବା ଟିମ ମ୍ୟାନେଜମେଂଟ ପାଇଁ ଚିନ୍ତାର ବିଷୟ ପାଲଟିଛି । କାରଣ ଅକ୍ଷର ବିଶ୍ୱକପ ୨୦୨୩ ପାଇଁ ଭାରତୀୟ ଦଳରେ ସାମିଲ ଅଛନ୍ତି । ଯଦି ଅକ୍ଷରଙ୍କ ଆଘାତ ଜଟିଳ ହୁଏ ତେବେ ତାଙ୍କ ବଦଳରେ ଅନ୍ୟ କେଉଁ କେଳିଙ୍କୁ ସାମିଲ କରିବାକୁ ପହିବ ବୋଲି ସୂଚନା ମିଳିଛି ।

Advertisement

Leave a Reply

Your email address will not be published. Required fields are marked *