Pratidin TV

Odisha's Digital News Platform

ଟେଷ୍ଟ ସିରିଜ ଖେଳିବାକୁ ଯାଇ ହଟହଟା ହେଲେ ପାକିସ୍ତାନ ଟିମ, ନିଜେ ବୋହିଲେ ଲଗେଜ୍ ଏବଂ କିଟ୍ ବ୍ୟାଗ୍

ପାକିସ୍ତାନୀ କ୍ରିକେଟରଙ୍କ ଦୟନୀୟ ପରିସ୍ଥିତି । ନା କେହି ନେବାକୁ ଆସିଲେ ନା କେହି ଫୋନ୍ କରି ପଚାରିଲେ । ଅଷ୍ଟ୍ରେଲିଆ ଗସ୍ତରେ ଯାଇ ହନ୍ତସନ୍ତ ହୋଇଛନ୍ତି ପାକିସ୍ତାନ ଦଳର ଖେଳାଳି । ୩ ଟିକିଆ ଟେଷ୍ଟ ସିରିଜ୍ ଖେଳିବାକୁ ଯାଇଥିବା ପାକିସ୍ତାନ ଦଳର ଖେଳାଳି ଏୟାରପୋର୍ଟରେ ଓହ୍ଲାଇବା ପରେ ଭାବିଥିଲେ ତାଙ୍କୁ ପାକିସ୍ତାନୀ ଦୂତାବାସ କିମ୍ବା ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ପକ୍ଷରୁ କେହି ରିସିଭ୍ କରିବାକୁ ଆସିବେ । କିନ୍ତୁ ସେଭଳି କିଛି ହୋଇନଥିଲା । ପାକିସ୍ତାନ ଦଳର ଖେଳାଳିମାନେ ଏୟାରପୋର୍ଟ ବାହାରେ ଟ୍ରକରେ ନିଜେ ଜିନିଷପତ୍ର ଲୋଡ୍ କରୁଥିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଫଟୋରେ ଦେଖିବାକୁ ମିଳିଛି ଯେ ସମସ୍ତ ଖେଳାଳି ନିଜ ନିଜ ବ୍ୟାଗ ଟ୍ରଲି ବୋହି ନେଇ ଗାହଇରେ ରଖୁଛନ୍ତି । ଯାହାର ଭିଡିଓ କରି କେହି ଜଣେ ସୋସିଆଲ ମିଡିଆରେ ଅପଲୋଡ କରି ଛନ୍ତି ।

ଦୂତାବାସ ପକ୍ଷରୁ କିମ୍ବା ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ ପକ୍ଷରୁ କେହି ଜଣେ ବି ପାକିସ୍ତାନୀ କ୍ରିକେଟର କିମ୍ବା ତାଙ୍କ ଜିନିଷ ନେବାକୁ ଆସିନଥିଲେ । ୱିକେଟ୍ କିପର ବ୍ୟାଟର୍ ମହମ୍ମଦ ରିଜୱାନ ଟ୍ରକ୍ ଉପରେ ଚଢି ଲଗେଜ୍ ଏବଂ କିଟ୍‌ବ୍ୟାଗ୍ ରଖୁଥିବା ଦେଖିବାକୁ ମିଳିଛି ।

ଯାହାକୁ କି କ୍ରିକେଟ୍ ପ୍ରେମୀ ନାପସନ୍ଦ କରିବା ସହିତ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡକୁ ତୀବ୍ର ସମାଲୋଚନା କରିଛନ୍ତି । ଅନ୍ୟ ଦେଶରୁ ଆସିଥିବା ଖେଳାଳିଙ୍କୁ ଭାରତରେ କିଭଳି ଆତିଥେୟତା ପ୍ରଦାନ କରାଯାଇଥିବା ତାହା ପୂରା ବିଶ୍ୱ ଦେଖିଥିଲା । କିନ୍ତୁ ବିଶ୍ୱ ଚାମ୍ପିୟନ୍ ଅଷ୍ଟ୍ରେଲିଆରେ କ୍ରିକେଟରଙ୍କୁ ଏଭଳି ଅସମ୍ମାନ କରାଯିବା ଏବଂ ନିଜ ଲଗେଜ୍ ନିଜେ ବୋହିବା ଘଟଣାକୁ କ୍ରିକେଟ ବିଶେଷଜ୍ଞ ତୀବ୍ର ନିନ୍ଦା କରିଛନ୍ତି । କେବଳ ଏତିକି ନୁହେଁ ଅଷ୍ଟ୍ରେଲିଆ ବିଶ୍ୱକପ ଟ୍ରପି ହାତାଇବା ପରେ ଟିମର ଅଧିନାୟକ ଟ୍ରଫି ଉପରେ ଗୋଡ ରଖି କପ ଅସମ୍ମାନ କରିଥିବା ଫଟୋ ମଧ୍ୟ ଖୁବ ଭାଇରାଲ ହୋଇଥିଲା ।

Leave a Reply

Your email address will not be published. Required fields are marked *