Pratidin TV

Odisha's Digital News Platform

ଏବେ ଟିଭି ଦେଖିବା ପାଇଁ ଦେବାକୁ ପଡ଼ିବ ଏତିକି ଟଙ୍କା ..

1 min read

ଆପଣ ଟିଭି ଦେଖିବାକୁ ଭଲ ପାଆନ୍ତିକି ? ତେବେ ଏହି ଖବର କେବଳ ଆପଣଙ୍କ ପାଇଁ । ଏବେ ଟିଭି ଦେଖିବା ପାଇଁ ଆପଣଙ୍କୁ ଖର୍ଚ୍ଚ କରିବାକୁ ପଡିବ ଅଧିକ ଟଙ୍କା । ଦେଶର ପ୍ରମୁଖ ପ୍ରସାରଣକାରୀମାନେ ସେମାନଙ୍କ ଟିଭି ଚ୍ୟାନେଲଗୁଡ଼ିକର ମୂଲ୍ୟ ବୃଦ୍ଧି କରି ସାଧାରଣ ଲୋକଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି । ଏହି ଘୋଷଣା ପରେ, ବର୍ତ୍ତମାନ ଗ୍ରାହକମାନଙ୍କୁ ସେମାନଙ୍କର ପ୍ରିୟ ଚ୍ୟାନେଲ ଦେଖିବା ପାଇଁ ଅଧିକ ଟଙ୍କା ଦେବାକୁ ପଡିବ । ଜୀ ଏଣ୍ଟରଟେନମେଣ୍ଟ, ସୋନି ପିକଚର୍ସ, ଭାୟକମ୧୮ ଦର ବଢ଼ାଇଛନ୍ତି । ଭାୟକମ୧୮ ମାସିକ ପ୍ୟାକରେ ୨୦ରୁ ୨୫ ପ୍ରତିଶତ ବୃଦ୍ଧି । ଜୀ ଏଣ୍ଟରଟେନମେଣ୍ଟ ନିଜର ମାସିକ ଦରରେ ୯ରୁ ୧୦ ପ୍ରତିଶତ ବୃଦ୍ଧି କରିଛନ୍ତି । ସେହିପରି ସୋନି ପିକଚର୍ସ ମଧ୍ୟ ମାସିକ ଦରରେ ୧୦ ପ୍ରତିଶତ ବୃଦ୍ଧି କରିଛନ୍ତି । ପ୍ରସାରଣକାରୀମାନେ କହଛନ୍ତି ଯେ ଏହି ବର୍ଦ୍ଧିତ ଦର ଆସନ୍ତା ଫେବୃଆରୀ ୧ରୁ ଲାଗୁ କରାଯିବ । ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆର (TRAI ) ନିୟମ ଅନୁଯାୟୀ, ପ୍ରସାରଣକାରୀମାନେ ଘୋଷଣା ହେବାର ୩୦ ଦିନ ପରେ ହିଁ ନୂତନ ହାର କାର୍ଯ୍ୟକାରୀ କରିପାରିବେ ।

Advertisement

Leave a Reply

Your email address will not be published. Required fields are marked *