ଟାଙ୍କିରୁ ବାହାରୁଛି ପାଣି ମିଶା ପେଟ୍ରୋଲ , ବରଷିଲେ ଲୋକେ
1 min readସୁନ୍ଦରଗଡ: ପେଟ୍ରୋଲ ପମ୍ପରେ ତେଲ ଅପମିଶ୍ରଣର ଅଭିିଯୋଗ । ଲହୁଣୀପଡା ଥାନା ଲମ୍ସି ନିକଟରେ ଥିବା ପେଟ୍ରୋଲ ପମ୍ପ୍ରେ ଗତକାଲି ରାତିରେ ଦେଖାଦେଇଛି ଲୋକମାନଙ୍କ ଉର୍ତ୍ତେଜନା । ଉକ୍ତ ପେଟ୍ରୋଲ ପମ୍ଫରେ ପାଣି ମିଶ୍ରିତ ପେଟ୍ରୋଲ ଦିଆଯାଉଥିବା ଅଭିଯୋଗରେ ପାଟିତୁଣ୍ଡ କରିଥିଲେ ଲୋକମାନେ ।
ସୂଚନା ଅନୁଯାୟୀ ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ଲମସି ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ଗତକାଲି ରାତିରେ ବହୁଲୋକେ ନିଜ ନିଜ ଗାଡିରେ ତେଲ ପକାଇଯାଇଥିଲେ । ମାତ୍ର କିଛି ସମୟ ପରେ ସେମାନେ ଫେରି ପାଟିତୁଣ୍ଡ କରିଥିଲେ । ଲୋକମାନଙ୍କ କହିବା ମୁତାବକ ସେମାନେ ଟାଙ୍କିରୁ ତେଲ ପକାଇ କିଛି ବାଟ ଯିବାପରେ ଗାଡିଟି ବନ୍ଦ ହୋଇଯାଇ, ଆଉ ଷ୍ଟାଟ୍ ହେଉନଥିଲା । ଏହାସହ ଯେଉଁମାନେ ବୋତଲ ମାନଙ୍କରେ ଟାଙ୍କିରୁ ତେଲ ଭରି ନେଇଥିଲେ ।ସେମାନେ ମଧ୍ୟ ସେଠାରେ ପହଞ୍ଚି ଏହି ଅଭିଯୋଗ କରିଥିଲେ । ଏପରି ପରିସ୍ଥିତିରେ ଟାଙ୍କିର କର୍ମଚାରି ଓ ଲୋକମାନଙ୍କର ପାଟିତୁଣ୍ଡ ବଢିବାଫଳରେ ସେଠାରେ ପରିସ୍ଥିତି ଅଣାୟତ ହୋଇପଡିଥିଲା ।
ଖବର ପାଇ ଟାଙ୍କିର ମାଲିକ ସେଠାରେ ପହଞ୍ଚି ପରିସ୍ଥିତିକୁ ଆୟତ କରିବା ସହ ,ଅଭିଯୋଗ କରିଥିବା ଲୋକମାନଙ୍କ ଟଙ୍କା ଫେରାଇ ଦେଇଥିଲେ ।ଏହା ସହ ସେ ଆଜି ସକାଳୁ ଟାଙ୍କିଟିକୁ ବନ୍ଧ କରାଯିବା ସହ ଟାଙ୍କିର ମାଲିକ କହିଛନ୍ତି ଯେ ପ୍ରବଳ ବର୍ଷା ଯୋଗୁ ଟାଙ୍କିରେ ପାଣି ପଶି ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଆଜି ସକାଳେ ପୋଲିସ ସେଠାରେ ପହଞ୍ଚି ଗଟଣାର ତଦନ୍ତ ଆରମ୍ଭ କରିଛି ।