Pratidin TV

Odisha's Digital News Platform

କୋଚିଂ ସେଣ୍ଟରରେ ପଶିଲା ପାଣି, ଚାଲିଗଲା ୩ UPSC ଆଶାୟୀଙ୍କ ଜୀବନ..

ମନରେ ଅସୁମାରୀ ଆଶା ଆଖିରେ ଆଖିଏ ସ୍ବପ୍ନ  । ସେମାନେ  ଆଇଏସ ହେବେ । ଆଉ ସେହି ସ୍ୱପ୍ନକୁ ସଫଳ କରିବା ପାଇଁ ସେମାନେ ପାଦ ଦେଇଥିଲେ ରାଓ୍ବାସ ଆଇଏଏସ୍ ଷ୍ଟଡି ସେଣ୍ଟରରେ । ହେଲେ କିଏ ଜାଣିଥିଲା ଯେଉଁଠି ସେମାନେ ନିଜ ସ୍ବପ୍ନ ପୁରଣ କରିବାକୁ ଆସିଥିଲେ ସେହି ଜାଗା ତାଙ୍କ ଜୀବନ ନେବ ବୋଲି । ଆଉ ନିମିଷକେ ମଧ୍ୟରେ ସବୁ କିଛି ଚୁରୁମାର କରିଦେବ ବୋଲି । ଯାହାକୁ ଶୁଣିବା ପରେ ସମସ୍ତଙ୍କ ଆଖିରେ ଲୁହ ଆସିଯାଇଛି । ରାଜଧାନୀର ଛାତି ଉପରେ ଘଟିଛି ଅଭାବନୀୟ ଘଟଣା ।

ଦିଲ୍ଲୀରେ ଜୀବନ ନେଲା ବର୍ଷା ଜଳ । ଲଗାଣ ବର୍ଷା ପରେ ହଠାତ୍ କୋଚିଂ ସେଣ୍ଟରର ତଳ ମହଲାରେ ପଶିଲା ଡ୍ରେନ ପାଣି । ଫଳରେ 3 ଜଣ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଭଳି ଘଟଣା ଘଟିଛି ପଶ୍ଚିମ ଦିଲ୍ଲୀର ଓଲ୍ଡ ରାଜେନ୍ଦ୍ର ନଗରର ରାଓ୍ବାସ ଆଇଏଏସ୍ ଷ୍ଟଡି ସେଣ୍ଟରରେ । ମୃତ ତିନି ଜଣ ଛାତ୍ରୀ ୟୁପିଏସି ପାଇଁ କୋଚିଂ ନେଉଥିଲେ । କୋଚିଂ ସେଣ୍ଟରରେ ଏବେ ବି କିଛି ଛାତ୍ରୀ ଫସି ରହିଥିବାରୁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ସ୍ଥାନୀୟ ପୋଲିସ ପ୍ରଶାସନ, ଆମ୍ବୁଲାନ୍ସ ଏବଂ ଏନଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *