Pratidin TV

Odisha's Digital News Platform

ବିପଦରେ ଐତିହ୍ୟ କିର୍ତ୍ତୀରାଜି ତାଜମହଲ : ଲଗାଣ ବର୍ଷାରେ ଗଳୁଛି ପାଣି ..

1 min read

 ଧୀରେ ଧୀରେ କ୍ଷୟ ହେବାରେ ଲାଗିଲାଣି ଐତିହ କିର୍ତ୍ତୀରାଜି ।  ଉତ୍ତରପ୍ରଦେଶରେକାରୁକାର୍ଯ୍ୟ ଅତ୍ୟନ୍ତ ମନୋହର। କୀର୍ତ୍ତିରାଜିର ଗନ୍ତାଘର କହିଲେ  ଉତ୍ତରପ୍ରଦେଶର ତାଜମହଲକୁ  ବୁଝାଏ । କିନ୍ତୁ ଇତିହାସ ହେବାକୁ ବସିଲାଣି ଐତିହ କିର୍ତ୍ତୀରାଜି ।  ଉତ୍ତରପ୍ରଦେଶରେ ଲଗାଣ ବର୍ଷା ଯୋଗୁ ତାଜମହଲ ସମେତ ଅନେକ ଐତିହାସିକ କଳାକୃତି କ୍ଷତିଗ୍ରସ୍ତ ହୋଇଛି।

ବର୍ଷା ଯୋଗୁ ତାଜମହଲର ମୁଖ୍ୟ ଗମ୍ବୁଜରେ ପାଣି ଗଳୁଥିବା ଦେଖିବାକୁ ମିଳିଛି। ଏହା ଜଣାପଡ଼ିବା ପରେ ଭାରତୀୟ ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥା  ପକ୍ଷରୁ ନିରୀକ୍ଷଣ ଆରମ୍ଭ ହୋଇଛି। ସେହିପରି ପ୍ରବଳ ବର୍ଷା ଯୋଗୁ ତାଜମହଲ ଚତୁଃପାର୍ଶ୍ବ ଜଳାର୍ଣ୍ଣବ ହୋଇଯାଇଛି। ତେବେ ତାଜମହଲର କେଉଁସ୍ଥାନରୁ ପାଣି ଗଳୁଛି ତାହା ଜଣାପଡିନାହିଁ  । ଏହା ଉପରେ ଅନୁଧ୍ୟାନ କରାଯାଉଥିବା ସୁପରିଣ୍ଟେଣ୍ଡିଂ ଆର୍କେଲୋଜିଷ୍ଟ କହିଛନ୍ତି।  ମୁଖ୍ୟ ସମାଧି ସୌଧ ଭିତରେ ଆର୍ଦ୍ରତା ରହିଥିବା ଜଣାପଡ଼ିଛି। ଗମ୍ବୁଜରେ ସୂକ୍ଷ୍ମ ଫାଟ ଯୋଗୁ ପାଣି ଗଳୁଥିବା ସନ୍ଦେହ କରାଯାଉଛି। ଯାହା ବି କ୍ଷୟକ୍ଷତି ହୋଇଛି ତୁରନ୍ତ ତାହାର ଆବଶ୍ୟକ ମରାମତି କରାଯିବ।

Advertisement

Leave a Reply

Your email address will not be published. Required fields are marked *