Pratidin TV

Odisha's Digital News Platform

ରାଜଧାନୀରେ ପାଣି ପାଇଁ ହାହାକାର , ପାଣି ଟ୍ୟାଙ୍କର ଦେଖିବା ମାତ୍ରେ ପଛରେ ଦୌଡୁଛନ୍ତି ଲୋକେ..

1 min read

ଏପଟେ ଆକାଶରୁ ଖସୁଛି ନିଁଆ ଝୁଲ  ।  ଆଉ ସେପଟେ ପାଣି ଟୋପେ ପାଇଁ କଲବଲ ହେଉଛନ୍ତି ରାଜଧାନୀ ବାସୀ  । ପାଣି ପାଇଁ ଚାରିଆଡେ ତ୍ରାହି ତ୍ରାହି ଡାକୁଛନ୍ତି । ଉତ୍ତର ଓ ମଧ୍ୟ ଭାରତର କେତେକ ଅଞ୍ଚଳରେ ଅସହ୍ୟ ଗରମ ଅନୁଭୂତ ହେଉଛି। ଅଧିକାଂଶ ସ୍ଥାନରେ ତାପମାତ୍ରା ବର୍ଷ ବର୍ଷର ରେକର୍ଡ ଭାଙ୍ଗୁଛି। ଅଂଶୁଘାତ ପାଇଁ ଲୋକଙ୍କ ମୃତ୍ୟୁ ମଧ୍ୟ ହେଉଛି। ଆଉ ଏପଟେ ବୋଝ ଉପରେ ନଳିତା ବିଡ଼ା ସାଜିଛି ଜଳ ସମସ୍ୟା  ।

ଦିଲ୍ଲୀର ଅନେକ ସ୍ଥାନରେ ଭୟଙ୍କର ଜଳ ସଙ୍କଟ ପରିସ୍ଥିତି ଦେଖାଦେଇଛି। କେତେକ ସ୍ଥାନରେ ଲୋକେ ପାଣି ଟ୍ୟାଙ୍କର ଦେଖି ତା’ପଛରେ ବାଲତି, ଗରା, ପାଇପ ନେଇ ଦୌଡୁଥିବା ଏକ ଭିଡିଓରେ ଦେଖାଯାଉଛି। ପାଣି ଟ୍ୟାଙ୍କର ଦେଖିବା ମାତ୍ରେ ଲୋକେ ତା’ଉପରେ ଚଢି ମଧ୍ୟ ଯାଉଛନ୍ତି। ଲୋକେ ଲମ୍ବା ଲମ୍ବା ଧାଡି କରି ପାଣି ପାଇଁ ଠିଆ ହୋଇ ରହିଛନ୍ତି।

ଏହି ଜଳ ସଙ୍କଟ ପାଇଁ ଗୁରୁବାର ଦିଲ୍ଲୀ ସରକାର ଜରୁରୀ ବୈଠକ ମଧ୍ୟ ଡାକିଥିଲେ। ଏହାସହ ପାଣି ନଷ୍ଟ କଲେ ଜୋରିମାନା ଦେବାକୁ ପଡିବ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି। ଦିଲ୍ଲୀର କେତେକ ସ୍ଥାନରେ ପାଣି ଟ୍ୟାଙ୍କରରୁ ପାଣି ନେବା ପାଇଁ ଅସହ୍ୟ ଖରାରେ ଧାଡିରେ ଠିଆ ହେଉଥିବା ବେଳେ କିଛି ସ୍ଥାନରେ ପାଣି ପାଇଁ ରାତିରୁ ଧାଡି କରି ଠିଆ ହେଉଛନ୍ତି।

Leave a Reply

Your email address will not be published. Required fields are marked *