Pratidin TV

Odisha's Digital News Platform

ସାତ ସପନ ସାଜିଛି ପିଇବା ପାଣି , ଭୋଟ ଦେବାକୁ ମନାକଲେ ଦୁଲଣାପୁର ଗ୍ରାମବାସୀ..

1 min read

ଦେଶବ୍ୟାପୀ ଚାଲିଛି ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ବାଚନ । ରାଜ୍ୟରେ ମଧ୍ୟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଶେଷ ହୋଇ ସାରିଥିବା ବେଳେ ଆହୁରି ୩ ଟି ପର୍ଯ୍ୟାୟ ବଳକା ରହିଛି । ଗାଁ ହେଉ କି ସହର ସବୁଠି ଦେଖିବାକୁ ମିଳିଛି ରାଜନୈତିକ ଉଷ୍ମତା । ମାତ୍ର ଏହାର ଓଲଟା ପରିସ୍ଥିତି ଦେଖିବାକୁ ମିଳୁଛି ରାଜ୍ୟର କଟକ ଜିଲ୍ଲାର ବାଙ୍କୀ ଦୁଲଣାପୁର ଗ୍ରାମରେ । ଅବହେଳିତ ଅସ୍ୱାସ୍ଥ୍ୟକର ସାମାନ୍ୟ ପିଇବା ପାଣି ମୁନ୍ଦାଏ ଦୁଲଣାପୁର ଗ୍ରାମବାସୀଙ୍କ ପାଇଁ ସାତ ସପନ ପାଲଟିଛି । ଶେଷରେ ଆଜି ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି ଗ୍ରାମର ମହିଳା ମାନେ । ରାଜ୍ୟ ସରକାର ହୁଅନ୍ତୁ ଅବା କେନ୍ଦ୍ର ସରକାର , ଜନତା ଙ୍କ ଜଳ ସ୍ରମସ୍ୟା କୁ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି ଏବଂ ଘରେ ଘରେ ସୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ବିଭିନ୍ନ ଯୋଜନା ମାନ ପ୍ରସ୍ତୁତ କରିଛନ୍ତି | କିନ୍ତୁ ଏଇ ଯୋଜନା ଗୁଡିକ ବିଭାଗୀୟ ଅଧିକାରୀ ହୁଅନ୍ତୁ ଅବା ପଞ୍ଚାୟତ ସ୍ତରରେ ଥିବା ଜନ ପ୍ରତିନିଧି ହୁଅନ୍ତୁ ସେମାନଙ୍କ ଅବହେଳିତ ମନୋଭାବ ଯୋଗୁଁ ଆଜି ପାଣି ମୁନ୍ଦେ ପାଇଁ ତତଲା ଖରା ରେ ହନ୍ତସନ୍ତ ହେଉଛନ୍ତି ବାଙ୍କୀ ଦୁଲଣାପୁର ର ଗ୍ରାମବାସୀ | ଏବଂ ଗାଁ ରେ ମଧ୍ୟ ରହିଛି ଅନେକ ସମସ୍ୟା ଯେମିତିକି ଦୀର୍ଘ ଦିନ ଧରି ଗାଁ ନଦୀ ନିକଟରେ ମହିଳା ମାନଙ୍କ ପାଇଁ ଏକ ଚେଞ୍ଜିଙ୍ଗ ରୁମ ର ଦାବି ହୋଇଆସୁଥିଲେ ମଧ୍ୟ ଓ ଅନ୍ୟ ପଟେ ଏହି ଦାବି କୁ ଅଣଦେଖା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ମହିଳା ମାନେ |

ଏବଂ ବହୁ ଦିନ ଧରି ଏହି କାର୍ଯ୍ୟ ପାଇଁ ପ୍ରଶାସନ ତରଫରୁ ନିର୍ଦେଶାବଳି ଆସିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇପାରିନଥିବା କହିଛନ୍ତି ମହିଳା | ଅନ୍ୟ ପଟେ ଗାଁ ରେ ମଣିଷ ଗାଧୋଇବା ଓ ପାଣି ଆଣିବା ଏବଂ ଜୀବଜନ୍ତୁ ଵା ଗାଈ ମହିଁସି ଗାଧୋଇବା ପାଇଁ ଗାଁ ରେ ସେଇ ସମାନ ଜାଗା ରହିଛି ତେଣୁ ଏ ପ୍ରତି ସ୍ଥାନୀୟ ଜନପ୍ରତିନିଧି ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହାନ୍ତି | ତେଣୁ ଏବେ ଏଭଳି ଦୀର୍ଘ ଦିନର ବିଭିନ୍ନ ସମସ୍ୟା କୁ ନେଇ ଆଜି ମେଳି ବାନ୍ଧିଛନ୍ତି ଗାଁ ର ମହିଳା ଏବଂ ଯଦି ତାଙ୍କ ଦାବି ପୂରଣ ନ ହୁଏ ତେବେ ଆଗାମୀ ନିର୍ବାଚନ ରେ ଭୋଟ ବର୍ଜନ ର ଚେତାବନୀ ଦେଇଛନ୍ତି ସେମାନେ | ଅପର ପଟେ ଗାଁ ରେ ଆଉ ଏକ ଘଟଣା ଦେଖିବାକୁ ମିଳିଛି ଅର୍ଥାତ ମହିଳା ମାନଙ୍କ ଏ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଵା ସେମାନେ ମିଛ କହୁଛନ୍ତି ବୋଲି ଗଣମାଧ୍ୟମ ସମ୍ମୁଖରେ ଯୁକ୍ତି ବାଢିଛନ୍ତି ଗାଁ ର କିଛି ବ୍ୟକ୍ତି | ତେବେ ଦେଖାଯାଉ ଏ ଦାବି ଗୁଡିକ ପ୍ରତି କେବେ ଦୃଷ୍ଟି ଦେଉଛନ୍ତି ପ୍ରଶାସନ ଏବଂ କେବେ ପୂରଣ ହେଉଛି ମହିଳା ମାନଙ୍କ ଦୀର୍ଘ ଦିନର ଦାବି |

Advertisement

Leave a Reply

Your email address will not be published. Required fields are marked *