Pratidin TV

Odisha's Digital News Platform

କାହା ପାଇଁ ସରକାରଙ୍କ ପାନୀୟ ଜଳ ଯୋଜନା ? ଶୁଣୁନି ପ୍ରଶାସନ , ପାଣି ପାଇଁ ଡହଳ ବିକଳ ଜୀବନ ..

1 min read

ବାଲେଶ୍ୱର : ରାଜ୍ୟର ପାନୀୟ ଜଳ ଯୋଗାଣ ହେଉଛି ବାଟବଣା । କାହାପାଇଁ ଯୋଜନା ? ଶୁଣୁନି ପ୍ରଶାସନ , ଦେଖିକିବି କରୁଛି ଅଣଦେଖା । ଗ୍ରୀଷ୍ମ ଆରମ୍ଭ ରୁ ଜଳ କଷ୍ଟ । ଆଜିକା ଦିନରେ ବି ଚାଲିଚାଲି ପାଣି ପାଇଁ ଯିବା କୁ ପଡୁଛି ୧କିଲୋମିଟର ରୁ ଉର୍ଦ୍ଧ ରାସ୍ତା । ପାଞ୍ଚ ବର୍ଷ ପୂର୍ବରୁ ପ୍ରାୟ ୨୧ଲକ୍ଷ୍ୟ ଟଙ୍କା ବିନିମୟରେ ତିନୋଟି ପମ୍ପ ହାଉସ ହୋଇଥିଲେ ଶୁଦ୍ଧା ଏ ପର୍ଯ୍ୟନ୍ତ ପାଣି ମୁନ୍ଦାଏ ବାହାରି ପାରିଲା ନାହିଁ । ଏଭଳି ଏକ ଅଭାନୀୟ ସମସ୍ୟା ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ ର ଲୁହାପଡ଼ା ଗ୍ରାମର।

ପାଣି ପାଇଁ ଡହଳ ବିକଳ ହେଉଛନ୍ତି ୧୫୦ ପରିବାରରୁ ଉର୍ଦ୍ଧ ଲୋକେ । ବାରମ୍ବାର ଅଭିଯୋଗ ପରେ ବି ସୁଧୁରୁନି ସମସ୍ୟା ।ଏମାନଙ୍କ ଦୁଃଖ ଶୁଣିବ କିଏ। ଏଭଳି ଚିତ୍ର ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ ଲୁହାପଡା ଗ୍ରାମର । ସେପଟେ ପାଞ୍ଚ ବର୍ଷ ତଳେ ଜଳ କଷ୍ଟ ଦୂର କରିବା ପାଇଁ ୨୧ ଲକ୍ଷ ଟଙ୍କାର ବିନିମୟରେ ଜଳ ଯୋଗାଣ ପ୍ରକଳ୍ପ ହୋଇଥିଲେ ମଧ୍ୟ ଆଜି ଯାଏଁ ଟୋପାଏ ପାଣି ବାହାରି ପାରିଲା ନାହିଁ।

Advertisement

ଲୁହାପଡା ଗ୍ରାମର ୧୫୦ ପରିବାରକୁ ଦୁଇଟି ନଳକୂପ ରହିଛି । ସେଥି ମଧ୍ୟରୁ ଗୋଟିଏ ନଳକୂପ ଅଚଳ ହୋଇଥିବା ବେଳେ ଗୋଟିଏ ନଳକୂପ ଉପରେ ନିର୍ଭର କରୁଛନ୍ତି ପୁରା ଗାଁ । ଗାଧୋଇବା ,ପିଇବା ଠୁ ଆରମ୍ଭ କରି ରୋଷେଇ କରିବା ପର‌୍ୟ୍ୟନ୍ତ ସବୁଠି ପାଣିର ନିଅନ୍ଟ । ତେବେ ଗ୍ରୀଷ୍ମ ଆରମ୍ଭରୁ ଯଦି ଏଭଳି ଅବସ୍ଥା ହୁଏ ତାହାଲେ ଆଗକୁ କଣ ହେବ ତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଗ୍ରାମ ବାସୀ । କାହିଁକି ଅଚେତ ଅବସ୍ଥାରେ ଶୋଇଛି ପ୍ରଶାସନ । ସରକାରଙ୍କ ଏଭଳି ଯୋଜନା କାହାପଇଁ ?

Leave a Reply

Your email address will not be published. Required fields are marked *