Pratidin TV

Odisha's Digital News Platform

ବିିଶୁଦ୍ଧ ପାଣି ଟୋପାଏ ପାଇଁ ହନ୍ତସନ୍ତ ଗ୍ରାମବାସୀ ; ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶୁଣୁଣି ପ୍ରଶାସନ ଏବଂ ବିଭାଗୀୟ ଯନ୍ତ୍ରୀ

1 min read

ମୋହନା : ଗଜପତି ଜିଲ୍ଲା ଗରର୍ଡମା ଗ୍ରାମ ପଞ୍ଚାଯତର ଗମ୍ଭୀରି ଗ୍ରାମରେ ସରକାରଙ୍କ ସୋଲାର ଜଳ ଯୋଗାଣ ଯୋଜନା ଏଠି ନାମକୁ ମାତ୍ର , ନିର୍ମାଣ ହେବାର କେଇ ଦିନପରେ ପୁରା ଠପ । ବାରମ୍ବାର ଅଭିଯୋଗ ପରେ ମଧ୍ୟ ନିଦା ବିଷ୍ଣୁ ସାଜିଛି ପ୍ରଶାସନ ଓ ଠିକାଦାର , ଦୁଇ ଜଣଙ୍କ ସଲାସୁତ୍ରାରେ ଏକ ପୁରୁଣା ନଳକୂପରେ ଏହି ସଂଯୋଗ ଦେଇଥିବାରୁ ଏହି ପାଣି ଯୋଗାଇ ପାରୁନାହିଁ ।

ଗ୍ରାମରେ ୬୦ ରୁ ୭୦ ପରିବାର ବସବାସ କରୁଥିବା ଲୋକ ପର୍ବତ ଉପରେ ଥିବା ଛୋଟିଆ ଝରକୁ ନିର୍ଭର କରନ୍ତି ଗ୍ରାମବାସୀ । ତାହା ବି ବର୍ଷାଦିନେ କଦର୍ଯ୍ୟ ଗୋଳିଆ ପାଣି ଆସୁଛି । ନିମ୍ନ ମାନର ତରବାରିଆ ଭାବେ ସୋଲାର କାମହୋଇଥିବାରୁ ସୋଲାର ପମ୍ପ କାମଦେଉନଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ।

ପ୍ରଶାନସନ ଓ ବିଭାଗୀୟ ଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଏବି କର୍ଣପାତ କରୁନଥିବା କହିଛନ୍ତି । ଈକଏଣ ୨୧-୨୨ ଯୋଜନା ଦ୍ଵାରା ୪.୮୮.୩୫୦ ଟଙ୍କା ବ୍ୟୟ ଅଟକଳରେ ଏହା ନିର୍ମାଣ ହୋଇଥିଲେ ମଧ୍ୟ ୩ ଟଙ୍କାର କାମ କାମ ଦେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଯଥା ଶୀଘ୍ର ଏହାର ପ୍ରତିକାର ନକଲେ ବ୍ଲକ କାର୍ଯ୍ୟଳୟ ଘେରାଉ କରିବାକୁ ଧମକ ଦେଇଛନ୍ତି।

Leave a Reply

Your email address will not be published. Required fields are marked *