Pratidin TV

Odisha's Digital News Platform

ୱାୟାନାଡ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ଛୁଇଁଲା ୩୪୪, ମାଟିତଳେ ଜୀବନ ଖୋଜୁଛି ଥର୍ମାଲ୍‌ ସ୍କାନର

କେରଳର ୱାୟାନାଡର ମୃତ୍ୟୁ ସଂଖ୍ୟା ୩୪୪ରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ସର୍ବଶେଷ ଅଦ୍ୟତନ ଅନୁଯାୟୀ କେରଳର ୱାୟାନାଡ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୩୪୪ ଛୁଇଁଛି। ଆଜି ଚତୁର୍ଥ ଦିନରେ ଉଦ୍ଧାର ଅଭିଯାନ ତ୍ବରାନ୍ବିତ ହୋଇଥିବା ବେଳେ ଗୋଟିଏ ପରିବାରର ୪ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଚୁରାଲମାଲାଠାରୁ ୩ କିମି ଦୂର ପଦଭେଟ୍ଟିକୁନ୍ନୁ ନାମକ ଏକ ସ୍ଥାନରେ ଗୋଟିଏ ପରିବାରର ଦୁଇ ଜଣ ପୁରୁଷ ଓ ଦୁଇ ଜଣ ମହିଳାଙ୍କୁ ସେମାନଙ୍କ ଘରର ଭଗ୍ନାବଶେଷ ମଧ୍ୟରୁ ଜୀବିତ ଉଦ୍ଧାର କରାଯାଇଛି। ସେମାନଙ୍କ ଘର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯିବା ଫଳରେ ସେମାନେ ୪ ଦିନ ଧରି ଅତଡ଼ା ଭିତରେ ଫସି ରହିଥିଲେ।

ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ଭଲ ଧରଣର ସର୍ଚ୍ଚ ରାଡାର ପଠାଇବାକୁ କେରଳ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଶନିବାର ଦିନ ଉତ୍ତର କମାଣ୍ଡର ଗୋଟିଏ ଜାଭର୍ ରାଡାର ଏବଂ ଦିଲ୍ଲୀର ତିରଙ୍ଗା ମାଉଣ୍ଟେନ୍ ରେସକ୍ୟୁ ଅର୍ଗାନାଇଜେସର ଚାରିଟି ରେକୋ ରାଡାର ସହିତ ବାୟୁସେନା ବିମାନରେ ୱାୟନାଡକୁ ଯୋଗାଇ ଦିଆଯାଇଛି। ଏବେ ବି ପ୍ରାୟ ୨୦୦ରୁ ଅଧିକ ଲୋକ ନିଖୋଜ ରହିଛନ୍ତି। ଭୂସ୍ଖଳନ ପରେ ଏନ୍‌ଡିଆର୍‌ଏଫ୍‌ ସମେତ ଏକାଧିକ ଏଜେନ୍ସି ମେପାଡି ନିକଟସ୍ଥ ପାହାଡ଼ିଆ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ଯୋଗ ଦେଇଛନ୍ତି।

ସେନା ପକ୍ଷରୁ ମାଟିତଳୁ ଜୀବନ ଖୋଜିବାପାଇଁ ଥର୍ମାଲ ସ୍କାନର ବ୍ୟବହାର କରାଯାଉଛି। ଥର୍ମାଲ ସ୍କାନର ଓ ଅନ୍ୟ ଅତ୍ୟାଧୁନିକ ଉପକରଣ ବ୍ୟବହାର କରି ନିଖୋଜ ବ୍ୟକ୍ତିଙ୍କୁ ଠାବ କରିବାକୁ ପ୍ରୟାସ ଜାରି ରହିଥିବା ସେନା କହିଛି। ‘ବ୍ୟାପକ ଅଂଚଳର ଧ୍ବଂସସ୍ତୂପ ଭିତରେ ଥର୍ମାଲ ସ୍କାନର ବ୍ୟବହାର କରି ଆମେ ଏବେ ଜୀବନ ଖୋଜୁଛୁ।

Leave a Reply

Your email address will not be published. Required fields are marked *