Pratidin TV

Odisha's Digital News Platform

ପ୍ରାକୃତିର ତାଣ୍ଡବରେ କାନ୍ଦୁଛି କେରଳ , ହେଲେ କମୁନି ଯନ୍ତ୍ରଣା: ମାଟିତଳୁ ସରୁନି ଜୀବନ ଖୋଜା ..

 କେରଳ ଆଖିରେ ଲୁହ । ବର୍ଷା ବିତ୍ପାତ ତା ସାଙ୍ଗକୁ ଭୂସ୍ଖଳନ ଆଣିଛି ଦୁଃଖ । କେଉଁଠି ଭଙ୍ଗା ଚଟାଣ ତଳୁ ମିଳୁଛି କ୍ଷତବିକ୍ଷତ ଶବ ପୁଣି କେଉଁଠି ପାଣିରେ ଭାସୁଛି ଅଜଣା ଶବ । ୨୪ଘଂଟା ଭିତରେ ବଦଳିଛି କେରଳର ବିଭିନ୍ନ ସ୍ଥାନ । ପର୍ଯଟନ ଓ ପ୍ରକୃତି ପାଇଁ ପର୍ଯ୍ୟଟକଙ୍କ ପସନ୍ଦର ସ୍ଥାନ ଥିବା କେରଳ ଆଜି ଛାରଖାର ହୋଇଛି । ପ୍ରକୃତି ତାଣ୍ଡବରେ ଗୁମୁରୀ ଗୁମୁରୀ କାନ୍ଦୁଛି କେରଳ । ଟିକେ ନଜର ପକାନ୍ତୁ ସେହି ସବୁ ସ୍ଥାନ ଉପରେ ଯେଉଁଟି ପ୍ରକୃତି ପ୍ରଳୟ ରଚିଥିଲା ଲଗାଣ ଓ ବାଦଲଫଟା ବର୍ଷା । ଆଉ ପାଣି ଛାଡିବା ପରେ କିଭଳି ଶ୍ରୀହୀନ ହୋଇପଡିଛି ସାରା ଅଂଚଳ । ଘଟଣାକୁ ନେଇ ବେଶ ଭୟଭୀତ ଏବେ କେରଳବାସି । ସତରେ ପ୍ରକୃତି ଯେବେ କରାଳ ରୂପ ଧାରଣ କରେ ସବୁଠି ପଡ଼ିଯାଏ ହାହାକାର । ସମସ୍ତେ ତ୍ରାହି ତ୍ରାହି ଡାକନ୍ତି । ଜୀବନ ବଞ୍ଚାଇବାକୁ କରିଚାଲନ୍ତି ସଂଘର୍ଷ । ଠିକ୍‌ ଯେମିତି କେରଳରେ ତାଣ୍ଡବ ରଚିଛି ପ୍ରକୃତି । ଯାହାର ଚିତ୍ର ଆପଣଙ୍କ ସାମ୍‌ନାରେ । ଚାହୁଁ ଚାହୁଁ ପାଣି ମାଡ଼ି ଆସୁଛି ।

ଜଳ ପ୍ରଳୟରେ ସବୁକିଛି ଭାସିଯାଇଛି । କେତେବେଳେ ମା’ କୋଳରୁ ତା’ ଛୁଆ ଚାଲିଯାଉଛି ତ ପୁଣି କେତେବେଳେ କୁନିକୁନି ଛୁଆ ମାତୃହରା ହୋଇଯାଉଛନ୍ତି । କେଉଁଠି ତ ପୂରା ପରିବାର ଏହି ରାକ୍ଷାସ ରୂପୀ ଜଳରେ ଡୁବି ଲୀନ ହୋଇଯାଉଛି । ଏବେ ସେହି ମାଟିତଳୁ ଚାଲିଛି ଜୀବନ ଖୋଜା । ୟା ଭିତରେ ଦୁଇଦିନ   ବିତିଗଲାଣି । ତଥାପି ନା ସ୍ଥିତି ସୁଧିରିଛି ନା ଯନ୍ତ୍ରଣା କମିଛି । ଏବେବି ୱାୟନାଡରେ ମାଟିତଳୁ ସରୁନି ଜୀବନ ଖୋଜା । 24 ଘଣ୍ଟାରୁ ଅଧିକ ସମୟ ବିତିଲାଣି । ତଥାପି ଆତ୍ମୀୟଙ୍କୁ ପାଇଯିବାର ମୋହ ସେହି  ଧ୍ୱଂସାବଶେଷ ପାଖରୁ ଉଠିବାକୁ ଦେଉନି । ସୂଚନା ଅନୁସାରେ ବନ୍ୟା ଭସେଇ ନେଇଛି ଶହ ଶହ ପରିବାର  ।  କାଦୁଅ ମିଶା ପାଣିରେ ଏବେ ପୋତି ହୋଇରହିଛି ଅନେକ ଶବ   । ଘଟଣାରେ ଜଣେ ଓଡିଆ ଡାକ୍ତର ନିଖୋଜ ହୋଇଛନ୍ତି ।  ପ୍ରଭାବିତ ଅଂଚଳରେ ଉଦ୍ଧାର କାର୍ଯ୍ୟ ଚାଲିଛି । କୋଣ ଅନୁକୋଣରେ ଚାଲିଛି ଖୋଜ । ଏବେ ସୁଦ୍ଧା ୧୫୮ ଜଣଙ୍କର ମୃତ୍ୟୁ ଦେହ ଉଦ୍ଧାର ହୋଇଛି   । ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ଫାସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି। ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ୱାୟନାଡରେ ସ୍ଥିତି ଉପରେ ନଜର ରଖିଛନ୍ତି।

Leave a Reply

Your email address will not be published. Required fields are marked *