ୱାୟନାଡ଼ରେ ପୀଡିତ ଙ୍କୁ ଦେଖି ଭାବୁକ ହେଲେ ରାହୁଲ , କହିଲେ ଏମିତି ମୋ ବାପାଙ୍କ ମୃତ୍ୟରେ ଅନୁଭବ ହୋଇଥିଲା ..
1 min readକେରଳରେ ପ୍ରକୃତି ଦେଖାଇଛି କରାଳ ରୂପ । ଜୁଲାଇ 3୦ରେ କେରଳର ୱାୟନାଡ଼ରେ ତିନି ତିନି ଥର ବଡ଼ ଧରଣର ଭୂସ୍ଖଳନ ଘଟି ସବୁକିଛି ଛାରକାର ହୋଇଯାଇଛି । ଏହି ଭୂସ୍ଖଳନରେ ବର୍ତ୍ତମାନ ପର୍ଯ୍ୟନ୍ତ 280 ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ଏବେ ଫସି ରହିଥିବା ଆଶଙ୍କା କରାଯାଉଛି । ତେବେ ବର୍ତ୍ତମାନ ୱାୟନାଡ଼ର ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରି ପୀଡିତଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି । ସେ ପୀଡ଼ିତଙ୍କୁ ସାନ୍ତ୍ୱନା ଦେଇଥିଲେ ଏବଂ ସମସ୍ତ ସମ୍ଭାବ୍ୟ ସାହାଯ୍ୟ ପାଇଁ ସେମାନଙ୍କୁ ଆଶ୍ୱାସନା ଦେଇଥିଲେ ।
ରାହୁଲ ଗାନ୍ଧୀ କହିଛନ୍ତି ଯେ ମୁଁ ୱାୟନାଡର ଲୋକଙ୍କ ସହ ଛିଡା ହୋଇଛି ଏବଂ ସେମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛି । ଏଥି ସହିତ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରି ପୀଡିତମାନଙ୍କୁ ସମସ୍ତ ସାହାଯ୍ୟ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି । ଲୋକଙ୍କ ଏହି ବିପର୍ଯ୍ୟୟ ଦେଖି ସେ ଭାବୁକ ହେବା ସହ ନିଜ ପିତାଙ୍କ ମୃତ୍ୟୁ କଥା ମନେ ପକାଇଥିଲେ । ଏହାସହିତ ସେ କହିଛନ୍ତି ଯେ 1991ରେ ତାଙ୍କ ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ସମୟରେ ସେ ସମାନ ଦୁଃଖ ଅନୁଭବ କରିଥିଲେ।