Pratidin TV

Odisha's Digital News Platform

ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତ୍ୟାନାହୁଙ୍କ ଧମକ, ହାମାସକୁ ମାଟିରେ ମିଶାଇଦେବୁ…

1 min read


ଗତ ଚାରି ଦିନ ଧରି ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧ ଚାଲିଛି । ଆଜି ଏହାର ଚତୁର୍ଥ ଦିନ । ଏହି ଚାରି ଦିନିଆ ଯୁଦ୍ଧରେ ଏପର୍ଯ୍ୟନ୍ତ ଇସ୍ରାଏଲରେ ୯୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ୨୬୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏଥି ସହିତ, ଇସ୍ରାଏଲର ପ୍ରତିଶୋଧ ନେଇ ଘାଜାରେ ୬୮୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ୩୫୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ତେବେ ଗତ ଅକ୍ଟୋବର ୭ ତାରିଖ ଶନିବାର ସକାଳେ ହାମାସ ଇସ୍ରାଏଲର ଉପରେ ଅଚାନକ ଆକ୍ରମଣ କରିଥିଲା । ଇସ୍ରାଏଲ ଉପରେ ହମାସ୍ ୫୦୦୦ ରୁ ଅଧିକ ରକେଟ୍ ମାଡ କରିଥିଲା । ଏହାର ପ୍ରତି ଜବାବରେ ଇସ୍ରାଏଲ ମଧ୍ୟ ଗାଜା ଷ୍ଟ୍ରିପରେ ପ୍ରବଳ ବୋମା ବିସ୍ଫୋରଣ କରିଥିଲା । ହାମାସ ଆକ୍ରମଣ ପରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଯୁଦ୍ଧ ଘୋଷଣା କରିଥିଲେ । ସେ କହିଛନ୍ତି ଯେ ଏଥିପାଇଁ ହାମାସକୁ ମୂଲ୍ୟ ଦେବାକୁ ପଡିବ । ଆଇଏସଆଇଏସ ଭଳି ହମାସକୁ ମାଟିରେ ମିଶାଇବାକୁ ନେତାନ୍ୟାହୁଙ୍କ ଧମକ । ସେ ଆହୁରୀ ମଧ୍ୟ କହିଛନ୍ତିରେଯ ଆମେ ଏହି ଯୁଦ୍ଧ ଆରମ୍ଭ କରିନାହୁଁ କିନ୍ତୁ ଆମେ ଏହାକୁ ଶେଷ କରିବୁ । ସେପଟେ ଇସ୍ରାଏଲ ଉପରେ ହାମାସ ଆକ୍ରମଣକୁ ଅନେକ ଦେଶ ଦୃଢ ନିନ୍ଦା କରିଛନ୍ତି । ଆମେରିକା, ଫ୍ରାନ୍ସ, ବ୍ରିଟେନ, ଭାରତ, ଜର୍ମାନୀ, ଇଟାଲୀ ସମେତ ବିଶ୍ୱର ଅନେକ ଦେଶ ଇସ୍ରାଏଲକୁ ସମର୍ଥନ କରିବାକୁ ନିଶ୍ଚିତ କରିଛନ୍ତି । ଆମେରିକା ସମେତ ଅନେକ ଦେଶରୁ ଅନେକ ଲୋକ ଇସ୍ରାଏଲ ଉପରେ ହାମାସ ଆକ୍ରମଣରେ ପ୍ରାଣ ହରାଇଥିବାବେଳେ ଅନେକ ନିଖୋଜ ଅଛନ୍ତି ଏବଂ କିଛି ଲୋକଙ୍କୁ ବନ୍ଧକ ରଖାଯାଇଛି । ଇସ୍ରାଏଲ ଉପରେ ହାମାସ ଆକ୍ରମଣରେ ୯୦୦ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଜଣାପଡିଛି ।

Advertisement

Leave a Reply

Your email address will not be published. Required fields are marked *