Pratidin TV

Odisha's Digital News Platform

ଆମେ କେବଳ ରାମଙ୍କୁ ଆଣିନୁ…..’ରାମ ନାମ ସତ୍ୟ ହେ’ ମଧ୍ୟ କରିଦେଇଛୁ….କହିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଲୋକସଭା ନିର୍ବାଚନ ୨୦୨୪ ପାଇଁ ଜୋରସୋର ଭାବରେ ରାଲି କରୁଛନ୍ତି | ଏଥିପାଇଁ ଭାଜପା ପାର୍ଥୀଙ୍କୁ ଜିଟାଇବା ପାଇଁ ଜନତାଙ୍କୁ ଅପିଲ କରିବା ସହ ଶାସନକୁ ମଜବୁତ କରିବା ପାଇଁ ପ୍ରଚାର କରିବା ଛାଡ଼ିନାହାନ୍ତି |

ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ପ୍ରଭୁ ଶ୍ରୀ ରାମଙ୍କ ନାଁ ନେଇ ଜୀବନ ଜାପାନ କରୁଛୁ | ରାମ ବିନା କକିଛି କାର୍ଯ୍ୟ ନୁହେଁ | କିନ୍ତୁ ଯେତେବେଳେ ସମାଜର ସୁରକ୍ଷା ଉପରେ ଅସୁବିଧା ଆସେ, ତେବେ ତାହାର ରାମ ନାମ ସତ୍ୟ ମଧ୍ୟ ନିଶ୍ଚିତ | ୧୦ ବର୍ଷେ ଯେଉଁ ସ୍ବପ୍ନ ଥିଲା ତାହା ଆଜି ପୂର୍ଣ୍ଣ ହୋଇଛି | ଏହାର କାରଣ ଠିକ ସେ କରିଥିବା ଭୋଟର ଚୟନ |

ଗୁଣ୍ଡାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉତ୍ତର ପ୍ରଦେଶ ସରକାର ଝିଅ ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ନିଶ୍ଚିତ କରିଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଲିଗଡ଼ ଠାରେ ଆୟୋଜିତ ଗୋଟିଏ ନିର୍ବାଚନ ରାଲିରେ ଦାବି କରିଛନ୍ତି। ସେ ବିଶାଳ ସମାବେଶକୁ ସମ୍ବୋଧନ କରି କହିଛନ୍ତି, “ଉତ୍ତର ପ୍ରଦେଶରେ ଝିଅମାନେ ରାତି ବେଳା ସୁରକ୍ଷିତ ଭାବେ ଯାତାୟାତ କରିପାରିବେ ବୋଲି କିଏ ଭାବିଥିଲେ? ବର୍ତ୍ତମାନ ଏହା ହୋଇପାରିଛି ସମ୍ଭବ |ଆମେ କେବଳ ଅଯୋଧ୍ୟାକୁ ଭଗବାନ ରାମଙ୍କୁ ଆଣି ନାହୁଁ, ବରଂ ସମାଜ ପ୍ରତି ବିପଦ ସୃଷ୍ଟି କରୁଥିବା ତତ୍ତ୍ୱମାନଙ୍କର ରାମ ନାମ ସତ୍ୟ ହେ ମଧ୍ୟ କରିଛୁ।”

ଆଲିଗଡ଼ ଲୋକସଭାରେ ବିଜେପି ପ୍ରାର୍ଥୀ ହୋଇଥିବା ସତୀଶ ଗୌତମଙ୍କ ପ୍ରଚାର ଆଦିତ୍ୟନାଇ ଜୋରଦାର ଢଙ୍ଗରେ କରିଛନ୍ତି। ପ୍ରଚାର ବେଳେ ସେ କହିଛନ୍ତି, “୨୦୧୪ ଓ ୨୦୧୭ ପୂର୍ବରୁ ବ୍ୟବସାୟୀମାନେ ମଧ୍ୟ ଭୟରେ ରହୁଥିଲେ। କାରଣ ସେମାନଙ୍କୁ ଅପରାଧୀଙ୍କ ଧମକ ମିଳୁଥିଲା। ବର୍ତ୍ତମାନ ଆମେ ରାମଙ୍କ ନାଁ ନେଇ ରହୁଛେ ଓ ସମସ୍ତ ପ୍ରକାରର ଅପରାଧିକ ତତ୍ତ୍ୱର ମୂଳପୋଛ କରିଛି । ପୂର୍ବରୁ ୟୁପି କେବଳ ହିଂସା ଓ ଅପରାଧ ପାଇଁ ଜଣାଶୁଣା ଥିଲା। କିନ୍ତୁ ଏବେ ରାଜ୍ୟ ଉତ୍ସବର ମାଟି ପାଲଟିଛି।

ତେବେ ଆହୁରି ମଧ୍ୟ କହିଛନ୍ତି କି, ଆମର ଗୋଟେ ଭୋଟ ଆପଣ ପ୍ରଧାନମନ୍ତ୍ରୀଙ୍କୁ ଦେଇଛନ୍ତି, ତେବେ ମୋଦିଙ୍କ ଗ୍ୟାରେଣ୍ଟି ଆପଣଙ୍କ ଭବିଷ୍ୟ ବନାଉଥିବାର ଦେଖିବାକୁ ମିଳିବ | ୱାର୍ଲଡ କ୍ଲାସ ଇଁଫ୍ରାଷ୍ଟ୍ରକଚର, ହାଇୱେ , ରେଲୱେ, ଏୟାରପୋର୍ଟ,ନିର୍ମାଣ ହେଉଛି | ଏବଂଆହୁରି ଶିକ୍ଷା କ୍ଷେତ୍ରରେ ମଧ୍ୟ ନିର୍ମାଣ ଚାଲିଛି \ ଏବଂ ଆପଣଙ୍କ ଭୋଟ ଫଳରେ ଆଗକୁ ଆହୁରି ବହୁତ ଭଲ ହେବ |

Leave a Reply

Your email address will not be published. Required fields are marked *