Pratidin TV

Odisha's Digital News Platform

କଥା ହେଇ ହେଇ ରାତି ବିତିଗଲା: ସ୍ୱାମୀ ପାଖକୁ ଫେରିବା ପରେ ହରପ୍ରିୟାଙ୍କ ବୟାନ ଦେଖନ୍ତୁ ଭିଡିଓ

1 min read

ଭୁବନେଶ୍ୱର: ସାବିତ୍ରୀରେ ସ୍ତ୍ରୀ ପଳେଇ ଯାଇଥିଲା ଆଉ ଶୀତଳ ଷଷ୍ଠୀ ପରେ ଫେରିଲା । ମଙ୍ଗଳବାର ଏମିତି କିଛି ଘଟଣା ଘଟିଛି ବାଲେଶ୍ୱରର ଧୁଷୁରି ଅଞ୍ଚଳରେ । ଅଲଗା ହେବାର ୬ ଦିନ ପରେ ସ୍ୱାମୀ-ସ୍ତ୍ରୀଙ୍କ ଭେଟ ଆଉ ପୁରା ଇମୋସନାଲ ଦୃଶ୍ୟ । ଉଭୟ ପରସ୍ପରକୁ ଧରି କାନ୍ଦି ପକାଇଥିଲେ । ଘରକୁ ଫେରିବା ପରେ ପ୍ରଥମ ଦିନ କେମିତି କଟିଲା ବୋଲି ପ୍ରଶ୍ନର ଉତ୍ତରରେ ସ୍ତ୍ରୀ ଜଣଙ୍କ କହିଛନ୍ତି ଆମେ ସମସ୍ତେ ବେଶ ଘୁସି ଅଛୁ । ଅନେକ ଦିନ ପରେ ଭେଟୁଥିବାରୁ ଶୋଇବା ପରିବର୍ତ୍ତେ ଆମେ ସାରା ରାତି କଥା ହେଇଥିଲୁ ବୋଲି କହିଛି ହରପ୍ରିୟା ।

ଦୀର୍ଘ ୬ ମାସ ଧରି ଘରେ ରହିବା ପରେ ହରପ୍ରିୟା ପାଠ ପଢିବାକୁ ଜିଦ ଧରିଥିଲେ। ପରିବାର ଲୋକଙ୍କ ଅନୁମତି ପରେ ନିକଟସ୍ଥ ଆଖଣ୍ଡଳମଣି ମହାବିଦ୍ୟାଳୟର +୩ କଳାରେ ହରପ୍ରିୟାଙ୍କର ଆଡମିସନ କରାଇଥିଲେ ରାହୁଲ । ସାବିତ୍ରୀ ବ୍ରତ ପରଦିନ ଅର୍ଥାତ ମଙ୍ଗଳବାର ଦିନ ହରପ୍ରିୟା ନିଜ ସ୍ବାମୀଙ୍କ ସ୍କୁଟିରେ ବସି ପରୀକ୍ଷା ଦେଇଥିଲେ। ପରୀକ୍ଷା ହଲରୁ ହରିପ୍ରିୟା ଏକ ଧଳାରଙ୍ଗର କାର୍ ଆସି କଲେଜ ଗେଟ୍ ସାମ୍ନାରୁ ପଳାଇଥିଲେ । ପରିବାର ଲୋକେ ଏନେଇ ଧୁଷୁରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରିବାର ନିଜ ବୋହୂର ଫେରିବା ବାଟକୁ ଅନେଇ ବସିଥିବା ବେଳେ ସ୍ବାମୀ ରାହୁଲ ନିଜ ସ୍ତ୍ରୀର ଫୋଟକୁ ଧରି ପାଗଳ ପରି କାନ୍ଦୁଥିଲା ।

Advertisement

Leave a Reply

Your email address will not be published. Required fields are marked *