Pratidin TV

Odisha's Digital News Platform

ତାତିରୁ ମିଳିବ ମୁକ୍ତି ; ଅଶାନ୍ତ ହେବ ସମୁଦ୍ର , ମାଡି ଆସୁଛି ଝଡି ବର୍ଷା …..

1 min read

ତାତିରୁ ମିଳିବ ମୁକ୍ତି , ମାଡି ଆସୁଛି ଝଡି ବର୍ଷା । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ କାଲି ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ଉତର-ପୂର୍ବ ଦିଗକୁ ଗତି କରିବା ସହିତ ୨୪ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେଇ ଉତର-ପୂର୍ବ ଦିଗକୁ ଗତି କରିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏହା ପ୍ରଭାବରେ ୨୧ତାରିଖରୁ ସମୁଦ୍ର ଅଶାନ୍ତ ହେବା ଆରମ୍ଭ ହେବ । ୨୩ତାରିଖଠାରୁ ଦକ୍ଷିଣ ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି ।

Leave a Reply

Your email address will not be published. Required fields are marked *