Pratidin TV

Odisha's Digital News Platform

କଲବଲ କଲାଣି ତାତି , ତତଲା କଡେଇରେ ଭାଜିହେଲାଣି ଓଡିଶା …

1 min read

ଭୁବନେଶ୍ୱର ; କଲବଲ କରୁଛି ତାତି, ସକାଳ ସାଢ଼େ ୮ଟା ସୁଦ୍ଧା ୩୨ ଡିଗ୍ରୀ ଟପିଲା ପାରଦ । ଅସହ୍ୟ ତାତି ସହ ମୁଣ୍ଡ ଫଟା ଖରାରେ ଡହଳବିକଳ ହେଲେଣି ରାଜ୍ୟବାସୀ । ପଶୁପକ୍ଷୀ ମଧ୍ୟ ତ୍ରାହି ତ୍ରାହି ଚିତ୍କାର କରୁଛନ୍ତି । ଆଜି ସକାଳ ୮ଟା ୩୦ ସୁଦ୍ଧା ୩୨ ଡିଗ୍ରୀ ଟପିଛି ପାରଦ। ରାଜଧାନୀ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର ପାଲଟିଛି।

ରାଜଧାନୀର ତାପମାତ୍ରା ୩୨.୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ପାରାଦୀପ ୩୨ ଡିଗ୍ରୀ, ପୁରୀ ୩୨ଡିଗ୍ରୀ, କେନ୍ଦୁଝର ୩୨ଡିଗ୍ରୀ ବାଲେଶ୍ୱର ୩୧.୮ ଡିଗ୍ରୀ, ଚାନ୍ଦବାଲି ୩୧.୬ ଡିଗ୍ରୀ, ଝାରସୁଗୁଡା ୩୦.୮ ଡିଗ୍ରୀ, ହୀରାକୁଦ ୩୦. ୨ ଡିଗ୍ରୀ, ସମ୍ବଲପୁର ୩୦ ଡିଗ୍ରୀ, ରାଉରକେଲା ୩୦ ଡିଗ୍ରୀ ଓ ଗୋପାଳପୁରରେ ୨୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Advertisement

Leave a Reply

Your email address will not be published. Required fields are marked *