Pratidin TV

Odisha's Digital News Platform

ତାତିରୁ ନାହିଁ ନିସ୍ତାର , ଆସନ୍ତା ୫ ଦିନ ଯାଏଁ ଆକାଶରୁ ହେବ ନିଆଁ ବର୍ଷା..

ଓଡିଶା ଛୁଇସାରିଲାଣି ମୌସୁମୀ ହେଲେ ତାତିରେ ଲାଗୁନି ବ୍ରେକ । ରାଜ୍ୟରେ ଅସହ୍ୟ ହେଉଛି ତାତି ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି  ଯାହାଫଳରେ ଲୋକେ ତ୍ରାହି ତ୍ରାହି ଡାକିଲେଣି  । ଦକ୍ଷିଣ ଓଡ଼ିଶାରେ ମୌସୁମୀ ଛୁଇଁଥିଲେ ବି ପଶ୍ଚିମ ଓଡ଼ିଶାରେ ଜାରି ରହିଛି ଗ୍ରୀଷ୍ମପ୍ରବାହ । ଉପକୂଳରେ ମଧ୍ୟ ଲାଗି ରହିଛି ଅସହ୍ୟ ଗୁଳୁଗୁଳି । ଆହୁରି ୪ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବାର ସମ୍ଭାବନା ନଥିବା ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଆଗାମୀ ୨୪ ଘଣ୍ଟା ପାଇଁ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି ଓ ଗଞ୍ଜାମ ଜିଲ୍ଲାର ତାପମାତ୍ରା ୪୦ରୁ ୪୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇପାରେ । ଗରମ, ଗୁଳୁଗୁଳି ଭିତରେ ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ପବନ ହେବାର ସମ୍ଭାବନା ରହିଛି । ଆଗାମୀ ୪ରୁ ୫ ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶାର ବାକି ଜିଲ୍ଲା ସହ ରାଜ୍ୟର ଅନ୍ୟ ସ୍ଥାନରେ ମୌସୁମୀ ଅଗ୍ରସର ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Leave a Reply

Your email address will not be published. Required fields are marked *