Pratidin TV

Odisha's Digital News Platform

ରାଜ୍ୟରେ ଆହୁରି ୨ ଦିନ ପଶ୍ଚିମ ଝଡର ପ୍ରଭାବ , ୧୦ ଜିଲ୍ଲାକୁ ଜାରିହେଲା ୟେଲୋୱାଣିଂ ..

1 min read

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜିଲ୍ଲାରେ ପଶ୍ଚିମଝଡର ପ୍ରଭାବ ଅନୁଭୂତ ହୋଇଛି । ଗ୍ରୀଷ୍ମର ଆରମ୍ଭରେ ସକାଳ ଓ ସନ୍ଧ୍ୟା ସମୟରେ ଦେହଥରା ଶୀତର ଅନୁଭବ କରାଇଛି ପଶ୍ଚିମ ଝଡ । ଅନେକ ସ୍ଥାନରେ ତୋଫାନ ପବନ ସାଙ୍ଗକୁ କୁଆପଥର ବର୍ଷା ଦେଖାଦେଇଛି । ସେହିଭଳି ଆଗକୁ ଆହୁରି ୨ ଦିନ ଏହି ପଶ୍ଚିମ ଝଡର ପ୍ରଭାବ ଦେଖାଦେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଆଜି ସକାଳୁ ହିଁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସହ ପବନ ଓ ଘଡଘଡି ଦେଖାଦେଇଥିଲା । ଏନେଇ ଆଜି ୧୦ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଯାଜପୁର, ଭଦ୍ରକ, ବାଲେଶ୍ୱର, ଗଜପତି, ଗଞ୍ଜାମ ଓ କନ୍ଧମାଳ।

Advertisement

ସେହିପରି ୨୧ ତାରିଖ ପାଇଁ ରାଜ୍ୟର ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ସେହି ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, ନବରଙ୍ଗପୁର ଓ କଳାହାଣ୍ଡି।

Leave a Reply

Your email address will not be published. Required fields are marked *