ଓଡିଶାକୁ କଲବଲ କରିବ ବର୍ଷା ; ୧୦ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ହାଇ ଆଲର୍ଟ ଜାରି …
1 min readଭୁବନେଶ୍ୱର : ରାଜ୍ୟବାସୀଙ୍କୁ କଲବଲ କରୁଛି ବର୍ଷା । ଗତ ୨ ଦିନ ହେବ ଲଗାଣ ବର୍ଷାରେ ବେହାଲ ଓଡିଶା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷାର ପ୍ରକୋପ ମଧ୍ୟ ଦେଖିବାକୁ ମିଳିଛି । ଉତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତର ରୂପ ନେଇଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରାଇଛି । ତେଣୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି ।
ରେଡ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ସୋନପୁର, ସମ୍ବଲପୁର,ଦେଓଗଡ. ଅନୁଗୁଳ, କେନ୍ଦୁଝର, ବୌଦ୍ଧ । ଏମିତିକି ତଳିଆ ଅଞ୍ଚଳଗୁଡିକରେ ପାଣିଜମିବା ସହ ପାହାଡିଆ ଅଞ୍ଚଳରେ ଭୂଷ୍କଳନ ନେଇ ସତର୍କ କରାଇଛି ପାଣିପାଗ ବିଭାଗ।
ସେହିଭଳି ଢ଼େଙ୍କାନାଳ, ମୟୂରଭଂଜ, ନ୍ରୂଆପଡ଼ା, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ବାଲେଶ୍ୱର, ଭଦ୍ରକ, କଟକ, ନୟାଗଡ଼, ନବରଙ୍ଗପୁର, ଯାଜପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।