Pratidin TV

Odisha's Digital News Platform

୨୩ ରେ ବାତ୍ୟା ସ୍ପଷ୍ଟ କଲା IMD ; ଓଡିଶା-ପଶ୍ଚିମବଙ୍ଗରେ ବଡ ପ୍ରଭାବ , କାଲିଠୁ ଛେଚିବ ନିର୍ଦ୍ଦୁମ୍ ..

1 min read

୨୩ ରେ ବାତ୍ୟା ସ୍ପଷ୍ଟ କଲା IMD । ୨୨ ସକାଳ ସୁଦ୍ଧା ଅବପାତ ଏବଂ ୨୩ ସୁଦ୍ଧା ବାତ୍ୟା ରୂପ ନେବ । ୨୪ ସକାଳ ସୁଦ୍ଧା ଓଡିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ସମ୍ଭାବନା ରହିଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ରୂପ ନେବ । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ରେ ଉପକୂଳ ଛୁଇବ ।

ତେବେ ଏହା ପ୍ରକୃତରେ କେଉଁଠି ସ୍ପର୍ଶ କରିବ?,ଗତିପଥ କେଉଁଆଡେ ରହିବ? କେଉଁ ଆଡକୁ ଏହାର ପ୍ରଭାବ ରହିବ? ସେନେଇ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏନେଇ ଅଧିକ ଚିତ୍ର ସ୍ପଷ୍ଟ ହେବ ବୋଲି କହିଛି ପାଣିପାଗ ବିଭାଗ ।

ସେପଟେ ଆଣ୍ଡାମାନ ସାଗରରେ ବର୍ତ୍ତମାନ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ବଳ ଗୋଟାଇ ଅଧିକ ଘନୀଭୂତ ହେଉଛି। ୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଆସନ୍ତା କାଲି ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଉଥିବା ବେଳେ ଏହାର ପ୍ରଭାବରେ ରାଜ୍ୟରେ ୨୩ରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୫ ତାରିଖ ଯାଏ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ୨୨ରୁ ସମୁଦ୍ର ଅଶାନ୍ତ ହେବ । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସୁଦ୍ଧା ମତ୍ସ୍ୟଜୀବୀ ସମୁଦ୍ରରୁ ଫେରି ଆସିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

Leave a Reply

Your email address will not be published. Required fields are marked *