Pratidin TV

Odisha's Digital News Platform

ରାଜ୍ୟରେ ଜାରିହେଲା ହାଇ ଆଲର୍ଟ ; ଏହିସବୁ ଜିଲ୍ଲା କୁଆପଥର ସହ ଝଡବର୍ଷା ..

ଭୁବନେଶ୍ୱର : ବର୍ତ୍ତମାନ ରାଜ୍ୟରେ ଦିନବେଳା ତାତି ସହ ସନ୍ଧ୍ୟା ସମୟରେ ଝଡବର୍ଷା ଦେଖାଦେଉଛି । ଏନେଇ ଆଜି ରାଜ୍ୟର ୪ ଜିଲ୍ଲାକୁ ୟେଲୋ ୱାଣିଂ ଜାରି କରିଛି ପାଣିପାଗ ବିଭାଗ । ଗଞ୍ଜାମ,ଗଜପତି,ରାୟଗଡା ଓ କନ୍ଧମାଳରେ ଝଡପବନ ସହ ବିଜୁଳି,ଘଡଘଡି ବର୍ଷା ଦେଖାଦେବ ।

ଏହାସହ କିଛି ସ୍ଥାନରେ କୁଆପଥର ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି । ଏହି ୪ ଜିଲ୍ଲା ବ୍ୟତୀତ ଅବଶିଷ୍ଟ ଓଡିଶାରେ ବିଜୁଳି , ଘଡଘଡି ସହ ଝଡବର୍ଷା ହେବ । ୮ ତାରିଖ ଦିନ ମଧ୍ୟ ରାଜ୍ୟର ୧୧ ଜିଲ୍ଲାରେ ଝଡ ବର୍ଷାର ସମ୍ଭାବନାକୁ ନେଇ ୟେଲୋ ୱାଣିଂ ଜାରି କରାଯାଇଛି । ଏହାପରେ ରାଜ୍ୟରେ କାଁ ଭାଁ କାଳବୈଶାଖୀ ସମ୍ଭାବାନ ରହିଛି । ଦିନବେଳା ଅସହ୍ୟ ତାତିସହ ଅପରାହଣ ଆଡକୁ ପାଗ ବର୍ଷାଟିଆ ରହିବ ।

Leave a Reply

Your email address will not be published. Required fields are marked *