ଆସୁଛି କାଳ ବୈଶାଖୀ , ୫ ଦିନ ଛେଚିବ ନିର୍ଧୁମ୍
1 min readଭୁବନେଶ୍ୱର : ରାଜ୍ୟରେ ଆଜିଠୁ ଆସନ୍ତା ୨ ତାରିଖ ଯାଏଁ କାଳବୈଶାଖୀ ବର୍ଷାର ସମ୍ଭାବନା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏନେଇ ଆଜି ୧୫ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ସେହି ଜିଲ୍ଲା ଗୁଡିକ ହେଲା ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି ଏବଂ କନ୍ଧମାଳ ।ଏସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏଥିସହ ୩୦ରୁ ୪୦ କିମି ବେଗରେ ପବନ ବହିପାରେ ।
ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ୩୦ ତାରିଖଠୁ ରାଜ୍ୟରେ କାଳବୈଶାଖୀର ପ୍ରଭାବ ବଢିବ । ଏନେଇ କାଲି ପାଇଁ ୯ ଟି ଜିଲ୍ଲାକୁ ଅରେଞ୍ଜ ୱାଣିଂ ଏବଂ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମେ’ ୩ ତାରିଖ ସକାଳ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଅନେକ ଅଞ୍ଚଳକୁ କୁଆ ପଥର ବର୍ଷା ସହ ଘଡଘଡି ହେବାର ସମ୍ଭାବନା ରହିଛି । ତାମଧ୍ୟରେ ଭୁବନେଶ୍ୱରରେ ମଧ୍ୟ କୁଆପଥର ବର୍ଷାର ସମ୍ବାବନା ରହିଛି । ତାସହ କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଯାଜପୁର , କଟକ, ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ, ଗଜପତି ,ଗଞ୍ଜାମ, ରାୟଗଡ଼ା, କୋରାପୁଟ କୁ ସତର୍କତା ଜାରି କରାଯାଇଛି ।