Pratidin TV

Odisha's Digital News Platform

୬ ଜିଲ୍ଲାକୁ ଆଲର୍ଟ ଜାରି କଲା ପାଣିପାଗ ବିଭାଗ , ୨୪ ଘଣ୍ଟାରେ ପ୍ରବଳ ବର୍ଷିବ …

1 min read

ଭୁବନେଶ୍ୱର : ଶ୍ରାବଣ ମାସର ଆରମ୍ଭରେ ଶୀତଳ ପଡିଛି ଧରାପୃଷ୍ଟି । ଅସହ୍ୟ ତାତିରୁ ମିଳିଛି ମୁକ୍ତି । ତେବେ ଏହି ବର୍ଷା ପ୍ରଭାବରେ ଅନେକ ରାଜ୍ୟରେ ବନ୍ୟା ପରିସ୍ଥିତି ଦେଖାଦେବା ବେଳେ , ଓଡିଶାରେ ମଧ୍ୟ ଦେଖାଦେଇଛି ଏହାର ପ୍ରଭାବ । ରାଜ୍ୟରେ ଗତ ୨୪ ଘଣ୍ଟାରେ ମୌସୁମୀ ପ୍ରବାହ ସ୍ୱାଭାବିକ ସ୍ଥିତିରେ ରହିବା ସହ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି ୯.୯ ମିମି ବର୍ଷା ରେକର୍ଡ କରାଯାଇଛି।ଅନ୍ୟପକ୍ଷରେ ମୌସୁମୀ ନିମ୍ନ ଚାପ ରେଖା ଆଜିରାଜସ୍ଥାନର ଜଶେଲମେରରୁ ବାହାରି ପଶ୍ଚିମବଙ୍ଗର ମାଲଦା ଦେଇ ପୂର୍ବଦିଗରେ ଅରୁଣାଚଳ-ପ୍ରଦେଶ ଯାଏଁ ଲମ୍ବିଛି ଏବଂ ଏହା ବାୟୁମଣ୍ଡଳରେ ୦.୯ କିଲୋମିଟର ଉଚ୍ଚତା ଯାଏଁ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାମଧ୍ୟରେ, ଅର୍ଥାତ୍ ୧୨ ଜୁଲାଇ, ବୁଧବାର ଅପରାହ୍ନ ସୁଦ୍ଧା ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଆଜି ଅପରାହ୍ନରେ ସତର୍କ ସୂଚନା ଜାରି କରାଯାଇଛି।

Advertisement

ତେବେ ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ୬ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଆଲର୍ଟ କରାଯାଇଛି । ସେହି ଜିଲ୍ଲା ଗୁଡିକ ହେଲା -ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି । ଏହାର ପ୍ରଭାବରେ ଟ୍ୱିନ ସିଟିରେ ସହ ଅନ୍ୟ ଜିଲ୍ଲା ଗୁଡିକରେ ମଧ୍ୟ ମଦୟମ ଧରଣର ବର୍ଷା ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *