୩୧ ଯାଏଁ ଓଡିଶାରେ ଛେଚିବ ପ୍ରବଳ ବର୍ଷା , ୫ ଜିଲ୍ଲାକୁ ୟେଲୋ ୱାଣ୍ଣିଂ….
1 min readରାଜ୍ୟରେ ଲଗାତର ବର୍ଷା ଯୋଗୁ ଏବେ ଚାରିଆଡେ ଜଳମଗ୍ନ । ବିଶେଷ କରି ଏହି ବର୍ଷା ମାଲକାନଗିରି ଏବଂକୋରାପୁଟ ଜିଲ୍ଲାର ଉପାନ୍ତ ଇଲାକାରେ ଜନଜୀବନ ପ୍ରଭାବିତ ହୋଇଛି । ମାଲକାନଗିରି-ମୋଟୁ କାଙ୍କୋରକୁଣ୍ଡା ପୋଲ ଉପରେ ପୁଣି ପାଣି ଚାଲୁଥିବାରୁ ପ୍ରଭାବିତ ହୋଇଛି ଯାତାୟାତ।
ସେହିପରି ଗୋଦାବରୀ ନଦୀ ଫୁଲିବା କାରଣରୁ ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳକୁ ଘାରିଛି ବନ୍ୟା ଆଶଙ୍କା। ସେପଟେ କୋରୁକୋଣ୍ଡା ବ୍ଲକ ନାକାମାମୁଡି ବାୟାପଡ଼ା ଘାଟିରେ ଭୂସ୍ଖଳନ ଦେଖିବାକୁ ମିଳିଛି । ନନ୍ଦପୁର ବାଲଡା-ରୁକୁବାକାଲାଡି ଗାଁରେ ମାଟି ଅତଡା ଖସି ରାସ୍ତାଅବରୋଧ ହୋଇଛି। ଆଉ ଏପଟେ କୋରାପୁଟ ଲମତାପୁଟ ଓ ନନ୍ଦପୁର ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।
ତେବେ ଆହୁରୀ ୩ ଦିନ ଅର୍ଥାତ୍ ଜୁଲାଇ ୩୧ ଯାଏଁ ହନ୍ତସନ୍ତ ହେବେ ଓଡିଶାବାସୀ । ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଯୋଗୁଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ସମ୍ଭାବ୍ୟ ବର୍ଷାକୁ ଦେଖି ଆଜି ପାଇଁ ରାଜ୍ୟର ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୫ଟି ଜିଲ୍ଲା ହେଲା ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ନୂଆପଡ଼ା ଓ ନବରଙ୍ଗପୁର।