ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି : ଗୁଳୁଗୁଳିରୁ ମିଳିବ ମୁକ୍ତି , ଆଜିଠୁ ୪ ଦିନ ବର୍ଷା ….
1 min readଭୁବନେଶ୍ୱର : ଗୁଳୁଗୁଳିରୁ ତ୍ରାହି ପାଇବେ ରାଜ୍ୟବାସୀ । ଆଜି ରାଜ୍ୟରେ ବଢିବ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷାର ପରିମାଣ ବଢିବାର ସମ୍ବାବନା ରହିଛି । ଘଡଘଡି ସହ ରାଜ୍ୟରେ ଦେଖାଦେବ ପ୍ରବଳ ବର୍ଷା । ଏନେଇ ଆଜି ୧୯ ଜିଲ୍ଲାକୁ ୟେଲୋ ୱାଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ଜିଲ୍ଲାଗୁଡିକ ହେଲା କେଉଁଝର, ମୟୁରଭଞ୍ଜ, ବାଲେଶ୍ୱର, ଯାଜପୁର,ଭଦ୍ରକ,କଟକ, କେନ୍ଦ୍ରାପଡା,ଜଗତସିଂହପୁର, ଖୋର୍ଦ୍ଦା,ପୁରୀ, ନୟାଗଡ,କନ୍ଧମାଲ,ଗଞ୍ଜାମ,ଗଜପତି,ରାୟଗଡା,କଳାହାଣ୍ଡି,କୋରାପୁଟ,ମାଲକାନାଗିରି ଓ ନବରଙ୍ଗପୁର । ଏହି ଜିଲ୍ଲା ଗୁଡିକରେ ଆଜି ବିଜୁଳି ଘଡଘଡି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।
ତେବେ ରାଜ୍ୟରେ ଆଜିଠୁ ୪ ଦିନ ଯାଏ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆସନ୍ତା କାଲି ଜୁଲାଇ ୬ ରେ- ୮ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କ କରାଯାଇଛି । ସେହି ଜିଲ୍ଲାଗୁଡିକ ହେଲା – କେଉଁଝର ,ମୟୁରଭଞ୍ଜ ,କନ୍ଧମାଲ, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଓ ମାଲକାନାଗିରି ।
୭ ଜୁଲାଇ- ବାଲେଶ୍ୱର ,ଭଦ୍ରକ, ଯାଜପୁର,କଟକ,ଜଗତସିଂହପୁର, କେନ୍ଦ୍ରାପଡା,ଖୋର୍ଦ୍ଦା,ପୁରୀ, ନୟାଗଡ,ଗଞ୍ଜାମ,ବୌଦ୍ଧ,କନ୍ଧମାଳ,ଗଜପତି,ରାୟଗଡା,ବଲାଙ୍ଗିର,ନୂଆପଡା,ନବରଙ୍ଗପୁର,କୋରାପୁଟ,ମାଲକାନାଗିରି ଓ କଳାହାଣ୍ଡି । ଏହି ୨୦ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଦେଖାଦେଇପାରେ ।
୮ ଜୁଲାଇ – ନୂଆପଡା, ବଲାଙ୍ଗିର, ସୋନପୁର,ବରଗଡ, ଅନୁଗୁଳ,ଦେଓଗଡ, ଝାରସୁଗୁଡା, ସମ୍ଭଲପୁର,ଢେଙ୍କାନାଳ,କେଉଁଝର,ମୟୁରଭଞ୍ଜ,ସୁନ୍ଦରଗଡ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ଦେଖାଦେଇପାରେ ।