Pratidin TV

Odisha's Digital News Platform

ତାତିରୁ ମିଳିବ ମୁକ୍ତି ; ଆଜିଠୁ ବଢିବ ବର୍ଷା , ୪୦ ରୁ ୫୦ କିମି ବେଗରେ ବହିବ ପବନ ।

1 min read

କାଳ ବୈଶାଖୀ ପାଇଁ ବଦଳିଛି ପାଣିପାଗ । ଅସହ୍ୟ ତାତିରୁ ଆଶ୍ୱସ୍ତ ପାଇଛନ୍ତି ରାଜ୍ୟବାସୀ । ତେବେ ଏସବୁ ଭିତରେ ରାଜ୍ୟବାସୀଙ୍କ ପାଇଁଖୁସିଖବର ।କାରଣ ଆଜିଠୁ ପାଗ ବଦଳିବା ସହ ରାଜ୍ୟରେ ବଢିବ ବର୍ଷା । ଏନେଇ ଆକଳନ କରିଛି ପାଣପାଗ ବିଭାଗ । ଆଜି ବିଶେଷକରି ଉତ୍ତର ଓଡ଼ିଶାରେ ବର୍ଷା ହୋଇପାରେ ।

ଏଥିସହ ଅନ୍ୟ କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । କାଳବୈଶାଖୀ ଯୋଗୁଁ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହୋଇଛି । ଆଗାମୀ ୫ ଦିନ ଯାଏଁ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

Advertisement

ଅନ୍ୟପଟେ ବଙ୍ଗୋପସାଗରରୁ ଆସୁଥିବା ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଯୋଗୁ ରାଜ୍ୟରେ ବର୍ଷା ହୋଇଥିବା କହିଛନ୍ତି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରାମା ମହାନ୍ତି ।

Leave a Reply

Your email address will not be published. Required fields are marked *