ରାଜ୍ୟରେ ଆଜିଠୁ ପ୍ରବଳ ଖରା , ୪ ଯାଏ ..
1 min readଭୁବନେଶ୍ୱର : ରାଜ୍ୟରେ ସୋମବାରଠାରୁ ଅଧିକାଂଶ ସ୍ଥାନରେ ପ୍ରବଳ ଖରା ଅନୁଭବ ହୋଇଛି । ସକାଳ ପ୍ରାୟ ୭ ଟାରୁ ଖରା ପ୍ରକୋପ ଆରମ୍ଭ ହୋଇଥିବା ବେଳେ ଦିନ ୨ ଟା ବେଳକୁ ପାଗ ସାମାନ୍ୟ ମେଘୁଆ ପାଗ ଲୋକମାନଙ୍କୁ ଆଶ୍ୱସ୍ଥ ଦେଇଥିଲା ।
ତେବେ ଅପରାହ୍ନ ଆଡକୁ ଉପକୂଳ ଓଡିଶାର କିଛି ଅଞ୍ଚଳ ସମେତ କୋରାପୁଟ,ନବରଙ୍ଗପୁର,ନୂଆପଡା,କନ୍ଧମାଳ,କଳାହାଣ୍ଡି ଓ ରାୟଗଡା ଆଦି ଜିଲ୍ଲାର କିଛି ଅଂଶରେ ହାଲୁକା ବର୍ଷା ହୋଇଛି । ସେହିଭଳି ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପାଗ ସମ୍ପୂର୍ଣ୍ଣ ଶୁଖିଲା ଓ ଖରାଟିଆ ରହିବ ।
ଆସନ୍ତା ୨ ଦିନରେ ତାପମାତ୍ରା ପାଖାପାଖି ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ । ୭ ତାରିଖ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଯଥା କୋରାପୁଟ,ମାଲକାନାଗିରି,ନବରଙ୍ଗପୁର,କଳାହାଣ୍ଡି,କନ୍ଧମାଳ,ଗଜପତି,ଗଞ୍ଜମ,ନୟାଗଡ,ରାୟଗଡା,ବୌଦ୍ଧ,ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର କେତେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷାର ଆକଳନ କରିଛି ପାଣିପାଗ ବିଭାଗ ।