Pratidin TV

Odisha's Digital News Platform

ବିଦାୟ ନେବ ମୌସୁମୀ ହେଲେ କୁମାର ପୂର୍ଣ୍ଣମୀରେ ଭିଜିବ ଓଡିଶା

1 min read

ରାଜ୍ୟରୁ ବିଦାୟ ନେବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ | ଦୁଇ ଦିନ ମଧ୍ୟରେ ମୌସୁମୀ ବାୟୁ ଫେରିଯିବ | ଏଭଳି କିଛି ଅନୁମାନ କରିଛି ପାଣିପାଗ ବିଭାଗ | ପାର୍ବଣରେ ପାଗ ଶୁଖିଲା ଥିଲା ବେଳେ କିଛି କିଛି ସ୍ଥାନରେ ବର୍ଷା ହୋଇଥିଲା | ତେବେ ଭୁବନେଶ୍ୱର ଏବଂ କଟକରେ ମଧ୍ୟ ବର୍ଷ ଦେଖିବାକୁ ମିଳିଥିଲା | ତେବେ ବିଜୟାଦଶମୀରେ ବିଶେଷ ବର୍ଷାର ସମ୍ଭାବନା ନାହିଁ | ବହୁ କମ ସ୍ଥାନର ବର୍ଷ ହେବା ନେଇ ପାଣିପାଗ ବିଭାଗ କହିଛି |

ତେବେ ଶନିବାର ରାଜ୍ୟର ୭ଟି ସ୍ଥାନରେ ହାଲୁକା ଧରଣର ବର୍ଷା ହେବାର ସମ୍ଭାବନା ରହିଥିଲା | ତେବେ କିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଜି ବର୍ଷା ହେବାର ସମ୍ଭାବନା ନାହିଁ | ଦଶମୀ ପୂଜା ବୁଲି ପାରିବେ ଲୋକେ | ତେବେ କୁମାର ପୂର୍ଣ୍ଣିମା ବେଳକୁ ବର୍ଷା ହେବାର ସମ୍ଭାବନା ରହିଛି | ଏଭଳି କିଛି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଭାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ | ତେବେ ୧୭ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ | ଅଳ୍ପ କେତେକ ସ୍ଥାନରେ ବର୍ଷା ହୋଇପାରେ | ତେବେ ଗୋଟେ କି ୨ଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି | କେଉଁଝର, ମୟୁରଭଞ୍ଜ, ବାଲେଶ୍ୱର, ଗଞ୍ଜାମ , ଗଜପତି, କୋରାପୁଟ, ରାୟଗଡା, ନବରଙ୍ଗପୁରରେ ବର୍ଷ ହେବାର ସମ୍ଭାବନା ରହିଛି |

Advertisement

Leave a Reply

Your email address will not be published. Required fields are marked *