Pratidin TV

Odisha's Digital News Platform

ବଦଳିବ ପାଣିପାଗ୍ , ଜୁନ୍ ୧ ରୁ କେରଳ ଛୁଇଁବ ମୌସୁମୀ ବାୟୁ ।

ମେ ୩୧ ବା ଜୁନ ୧ ତାରିଖ ସୁଦ୍ଧା କେରଳ ଛୁଇଁବ ମୌସୁମୀ ବାୟୁ । ଦୁର୍ବଳ ହୋଇଛି ବାତ୍ୟା ରେମାଲ। ସ୍ଥଳଭାଗ ଅତିକ୍ରମ କରି ସାରିଛି ବାତ୍ୟା ରେମାଲ। ବର୍ତ୍ତମାନ ଦୁର୍ବଳ ହୋଇ ବାଂଲାଦେଶ ମୁହା ହୋଇଛି । ଆଜି ଉପକୂଳବର୍ତୀ ଓଡ଼ିଶାରେ ହାଲୁକା ବର୍ଷା ଅନୁଭୂତ ହେବାର ସମ୍ଭାବନା ରହିଛି। ଭାରି ବର୍ଷା କିମ୍ବା ପବନ ନାହିଁ। ଆସନ୍ତା ୬ ଘଂଟା ପାଇଁ ସମୁଦ୍ର ଅଶାନ୍ତ ରହିବ ଫଳରେ ମତ୍ସ୍ୟଜିବିଙ୍କୁ ବାରଣ କରାଯାଇଛି। ଆଜି ଯଦିଓ ରାଜ୍ୟରେ କୋହଲା ପାଗ ରହିବ। କିନ୍ତୁ ଆସନ୍ତା କାଳିଠୁ ବଢିବ ତାପମାତ୍ରା। ଆସନ୍ତା କାଲି ଠାରୁ ବଢ଼ିବ ପାରଦ। ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ୩୧ ତାରିଖ ପର୍ଯ୍ୟନ୍ତ ଏମିତି ସ୍ଥିତି ରହିବ। ଏହାସହ କିଛି ସ୍ଥାନ ରେ କାଳବୈଶାଖୀ ଜନିତ ବର୍ଷା ହେବା ର ସମ୍ଭାବନା ରହିଛି । ବର୍ତ୍ତମାନ ରାଜ୍ୟରେ ଦିନ ତାପମାତ୍ରା ୭ ରୁ ୮ ଡିଗ୍ରୀ କମ ରହିଛି।ଆଗାମୀ ୫ ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରା ରେ ବିଶେଷ ପରିବର୍ତନ ହେବାର ସମ୍ଭାବନା ନାହିଁ।

ଅନ୍ୟପଟେ ବାତ୍ୟା ପ୍ରଭାବ ମୌସୁମୀ ବାୟୁ ଉପରେ ପଡିନଥିବାରୁ ମେ ୩୧ ବା ଜୁନ ୧ ତାରିଖ ସୁଦ୍ଧା ମୌସୁମୀ ବାୟୁ କେରଳ ଛୁଇଁବାର ସମ୍ଭାବନା ରହିଛି।ଅର୍ଥାତ ଆଗାମୀ ୫ ଦିନ ମଧ୍ୟରେ ମୌସୁମୀ ବାୟୁ କେରଳ ଛୁଇଁବା ପାଇଁ ପାଗ ଅନୁକୂଳ ରହିଛି ।ଏଠାରେ ସୂଚନା ଥାଉକି ମେ ୧୯ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ନିକୋବର ଦ୍ୱୀପ ପୁଞ୍ଜ ଛୁଇଁଛି । କେରଳରେ ମୌସୁମୀ ବାୟୁ ଛୁଇଁବା ପରେ ଓଡ଼ିଶାରେ କେବେ ମୌସୁମୀ ବାୟୁ ପହଞ୍ଚିବ ତାହା ସ୍ପଷ୍ଟ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ସେପଟେ ଗତ ବର୍ଷ ବିଳମ୍ବରେ ଆସି ସଅଳ ଫେରିଗଲା ମୌସୁମୀ। ପୂର୍ବ ବର୍ଷ ଜୁନ୍ ୨୨ରେ ଓଡ଼ିଶା ଛୁଇଁଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ।ଜୁନ ୧ ରୁ ୧୫ ଭିତରେ ଓଡିଶା ଛୁଇଁବାର ସମ୍ଭାବନା ରହିଥାଏ । ହେଲେ ବିଳମ୍ବରେ ଅର୍ଥାତ ୨୨ ରେ ଛୁଇଁଥିଲା । ସେହିପରି ୧୩ ଅକ୍ଟୋବର ଅର୍ଥାତ ୮ ଦିନ ବିଳମ୍ବରେ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତନ କରିଥିଲା। ଓଡ଼ିଶାରେ ମୌସୁମୀ ଫେରିବାର ସ୍ବାଭାବିକ ସମୟ ଅକ୍ଟୋବର ୧୫ ଥିବା ବେଳେ ୨ଦିନ ପୂର୍ବରୁ ପ୍ରତ୍ୟାବର୍ତ୍ତନ କରିଥିଲା ମୌସୁମୀ।

ଗତ ୨୪ ଘଂଟାରେ ବାତ୍ୟା ପ୍ରଭାବରେ ୪ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବାବେଳେ କୋରାପୁଟ ଶିମୁଳିଗୁଡା ରେ ସର୍ବାଧିକ ୫୨.୦ ମିମିମି ବର୍ଷା ରେକର୍ଡ ହୋଇଛି।ସେହିପରି ସର୍ବାଧିକ ୪୩. ୦ ତାପମାତ୍ରା ରେକର୍ଡ ହୋଇଛି ।

Leave a Reply

Your email address will not be published. Required fields are marked *