Pratidin TV

Odisha's Digital News Platform

ନିଆରା ବିବାହ କାର୍ଡ; କାର୍ଡରେ କୋଶ୍ଚିନ ପେପର ପଠାଇଦେଲେ ଶିକ୍ଷୟିତ୍ରୀ !

1 min read

ଦମ୍ପତିଙ୍କ ନିଆରା ବାହାଘର କାର୍ଡ । ଗତ କିଛି ଦିନ ହେଲାଣି ବିବାହ ଋତୁ ଚାଲିଛି । ଏହି ସମୟରେ ବାହାଘର ସମୟର ନୃତ୍ୟ ତଥା ଅନ୍ୟାନ୍ୟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗୋଟେ ବିବାହ ପାଇଁ ପରିବାର ଲୋକେ ଉତ୍ସାହିତ ଥାଆନ୍ତି ।  ବର କନ୍ୟା ବି ବହୁତ କଥା ଭାବିଥାଆନ୍ତି । ପ୍ରତ୍ୟେକ ଦମ୍ପତି ନିଜ ବିବାହକୁ ସ୍ୱତନ୍ତ୍ର ଏବଂ ସ୍ମରଣୀୟ କରିବା ପାଇଁ କିଛି ନା କିଛି ଭିନ୍ନ ପଦ୍ଧତି ଅବଲମ୍ବନ କରନ୍ତି ।  ବିବାହର ପ୍ରସ୍ତୁତି ଜୋରସୋରରେ ଜାରି ରଖନ୍ତି । କେବଳ ଏତିକି ନୁହେଁ, କିଛି ନୂଆ କରିବା ଚକ୍କରରେ କେହି କେହି ନିଜ ବିବାହ କାର୍ଡକୁ ନୂଆ ଭାବେ  କରିବା ପାଇଁ ଆକର୍ଷଣୀୟ ପ୍ରିଣ୍ଟ୍ କରୁଛନ୍ତି ।   ଠିକ୍‌ ସେହିପରି ଏକ ନିଆରା ବିବାହ କାର୍ଡ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି । ଲେଖାକୁ ନେଇ ଏଇ କାର୍ଡଟି ଭିନ୍ନ ହୋଇଛି ।ବର୍ତ୍ତମାନ ସମୟରେ  ସମୟ ସହ ତାଳ ଦେଇ ଚାଲିବାର ଏକ ବିଶେଷ ଉଦାହରଣ ଅଟେ ।

ତେଲେଙ୍ଗାନା ର ଜଣେ ଶିକ୍ଷୟତ୍ରୀ ନିଜ ବିବାହର ଏକ ନିଆରା କାର୍ଡ ଛପାଇଛନ୍ତି । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ଲୋକମାନେ କାର୍ଡକୁ ପଢିବା ପାଇଁ ସେତିକି ଆଗ୍ରହୀ ମଧ୍ୟ ଅଛନ୍ତି । ଅନେକ ଲୋକ ଏହାକୁ ପଢି ବହୁତ ଉପଭୋଗ କରୁଛନ୍ତି । କାରଣ ଉକ୍ତ ବିବାହ କାର୍ଡଟି କୌଣସି ସାଧାରଣ କାର୍ଡ ଭଳି ନୁହେଁ । ଏହି ବିବାହ କାର୍ଡ ପୁରାପୁରି ଭାବେ ପ୍ରଶ୍ନପ୍ରତ୍ର  ଭଳି ଦେଖିବାକୁ ।  ଏଥିରେ ସିଙ୍ଗଲ୍ ଆନସର କୋଶ୍ଚିନ, ମଲ୍ଟିପଲ ଚଏସ ପ୍ରଶ୍ନ, ଟ୍ରୁ ଏବଂ ଫଲ୍ସ କୋଶ୍ଚିନ ଭଳି ଅଜବ ଗଜବ ଲେଖା ରହିଥିଲା । ବାସ୍ତବରେ ଶିକ୍ଷୟତ୍ରୀ ଜଣକ ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ ଏପରି କରିଛନ୍ତି  ।  ପଶ୍ଚିମ ଗୋଦାବରୀ ଜିଲ୍ଲାର ଜଣେ ଶିକ୍ଷୟିତ୍ରୀ । ଏକ ଘରୋଇ ଇଂଜିନିୟରିଂ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ଅଛନ୍ତି ପ୍ରତ୍ୟୁଷା ନାରକେଡାମିଲି । ସେ ବିଶାଖାପାଟଣାର ଫନିନ୍ଦ୍ରଙ୍କୁ ବିବାହ କରିବେ । ବିବାହ ପୂର୍ବରୁ ଦୁହେଁ ଦୁହିଁଙ୍କୁ ସେଠାରେ ଭେଟିଥିଲେ । ତେବେ ବାବାହ କାର୍ଡ ପୁରାପୁରି ଭାବେ ପ୍ରଶ୍ନପ୍ରତି ଭଳି ଦେଖିବାକୁ । ଏଥିରେ ସିଙ୍ଗଲ୍ ଆନସର କୋଶ୍ଚିନ, ମଲ୍ଟିପଲ ଚଏସ ପ୍ରଶ୍ନ, ଟ୍ରୁ ଏବଂ ଫଲ୍ସ କୋଶ୍ଚିନ ଭଳି ଅଜବ ଗଜବ ଲେଖା ରହିଥିଲା ।

Advertisement

ଆଉ ଏହି କାର୍ଡ ପାଇବା ପରେ ଲୋକେ ଆଶ୍ଚର୍ଯ୍ୟ  ହୋଇଥିଲେ । କାରଣ ବାବାହ କାର୍ଡରୁ ଆରମ୍ଭ କରି ଡ୍ରେସ, ଡିନର ସମସ୍ତ ଜିନିଷ ସ୍ବତନ୍ତ୍ର ଥିଲା । ଏପରିକି ତାଙ୍କ ବିବାହରେ ଯୋଗ ଦେଇଥିବା ଲୋକେ କହିଥିଲେ ଏହା ଆମ ପାଇଁ ଅଭୁଲା ଦିନ । ଆଉ ଏହି କାର୍ଡ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ପ୍ରତ୍ୟୁଷା ନାରକେଡାମିଲି ଆସନ୍ତା 23 ତାରିଖରେ ବିବାହ କରିବେ । ତେବେ ଏହା କାର୍ଡଟିକୁ ପ୍ରତ୍ୟୁଷା ଡିଜାଇନ୍ କରିଛନ୍ତି । ତେବେ ଏହା ଏକ ପିଲାଙ୍କ କୋଶ୍ଚିନ ପେପର ଭଳ ଥିଲା । ଯାହା ଲୋକଙ୍କୁ ସରପ୍ରାଇଜ କରିଥିଲା ।

Leave a Reply

Your email address will not be published. Required fields are marked *