Pratidin TV

Odisha's Digital News Platform

ଚେକଅପ ପାଇଁ ମେଡିକାଲ ଯାଇଥିଲେ; ୨ ଦିନ ଧରି ନିଖୋଜ ପରେ ହସ୍ପିଟାଲ ଲିଫ୍ଟରୁ ବାହାରିଲେ

1 min read

ମେଡିକାଲ ଯାଇଥିଲେ ଚିକିତ୍ସା କରାଇବାକୁ । କିନ୍ତୁ ଲିଫ୍ଟ ଭିତରେ ଗଲେ ଅଟକି | ୨ ଦିନ ପରେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିଲା | ତେବେ ଏହି ଘଟଣା କେରଳ ତିରୁଅନନ୍ତପୁରମ୍‌ର ଜଣେ ୫୯ ବର୍ଷୀୟ ବ୍ୟକ୍ତି ରବୀନ୍ଦ୍ରନ୍‌ ନୈୟାରଙ୍କ ସହ ଘଟିଛି |

ସୂଚନା ଅନୁଯାୟୀ, ରବୀନ୍ଦ୍ରନ ଶନିବାର ଦିନ ତାଙ୍କ ପତ୍ନୀଙ୍କ ସହ ହସ୍ପିଟାଲ୍‌ ଯାଇଥିଲେ। ‌ସେହି ହସ୍ପିଟାଲ୍‌ରେ ତାଙ୍କ ପତ୍ନୀ କାମ କରନ୍ତି। ପତ୍ନୀ ତାଙ୍କୁ ହସ୍ପିଟାଲରେ ଡାକ୍ତରଙ୍କୁ ଦେଖାଇବାପରେ କାମରେ ଯୋଗ ଦେଇଥିଲେ। କିନ୍ତୁ ରବୀନ୍ଦ୍ରନ ଘରକୁ ଫେରିବା ପାଇଁ ଲିଫ୍ଟରେ ପଶିଥିଲେ।

Advertisement

ପ୍ରଥମ ମହଲାକୁ ଯିବାପାଇଁ ରବୀନ୍ଦ୍ରନ ଲିଫ୍ଟରେ ପଶିଥିଲେ। ଲିଫ୍ଟ ତଳକୁ ଖସିଥିଲେ ମଧ୍ୟ ଖୋଲିନଥିଲା। ସେ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ ବି ତାଙ୍କ କଥା କେହି ଶୁଣିନଥିଲେ। ତାଙ୍କ ମୋବାଇଲ ଫୋନ୍‌ ମଧ୍ୟ ସୁଇଚ ଅଫ୍‌ ହୋଇଗଲା। ଲିଫ୍ଟଟି ୨ଟି ମହଲା ମଧ୍ୟରେ ଫସି ଯାଇଥିଲା। ଏହି ସମୟରେ ତାଙ୍କ ଫୋନ୍‌ ତଳେ ପଡ଼ି ଭାଙ୍ଗି ଯାଇଥିଲା। ସେ ଲିଫ୍ଟ ମଧ୍ୟରେ ଥିବା ଆଲାର୍ମ ଦବାଇଥିଲେ ଏବଂ ଲିଫ୍ଟ ଫୋନ୍‌ ଲଗାଇଥିଲେ କିନ୍ତୁ କୌଣସି ଉତ୍ତର ମିଳିନଥିଲା।

ଏହାପରେ ସେ ଜାଣିଥିଲେ ଯେ ଏହା ଦ୍ବିତୀୟ ଶନିବାର ଏବଂ ରବିବାର ଥିବାରୁ କେହି ଆସୁନାହାନ୍ତି। ପରେ ସୋମବାର ସକାଳେ ଡାକ୍ତରଖାନା ଆସିବା ପରେ ଲିଫ୍ଟ ଅପରେଟର ଆସିବାପରେ ରବୀନ୍ଦ୍ରନ ଆଲାର୍ମ ବଜାଇଥିଲେ ଏବଂ ଏହାପରେ ଉଭୟ ବଳପୂର୍ବକ ‌ଡୋର୍‌ ଖୋଲିବାକୁ ଚେଷ୍ଟା କରିବାପରେ ସେ ବାହାରିଥିଲେ।

Leave a Reply

Your email address will not be published. Required fields are marked *