Pratidin TV

Odisha's Digital News Platform

ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପାଇଁ ୱାୟନାଡରରେ ପ୍ରଚାର କରିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ !

ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି | ଏହାସହ ତାଙ୍କ ପାଇଁ ପ୍ରଚାର କରିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ | କଂଗ୍ରେସର ଅନୁରୋଧରେ ମମତା ପ୍ରଚର ପାଇଁ ରାଜି ହୋଇଥିବା ସୂଚନା ମିଳିଛି |ସୂଚନା ଅନୁଯାୟୀ, କଂଗ୍ରେସ ସହ ମତଭେଦ ଥିବା ସତ୍ତ୍ୱେ ଗାନ୍ଧୀ ପରିବାର ପକ୍ଷରୁ ମମତାଙ୍କୁ ମନାଇବା ପାଇଁ ପି. ଚିଦାମ୍ବର କଲିକତା ଯାଇଥିଲେ ଏବଂ ମମତା ଚିଦାମ୍ବରଙ୍କ କଥାରେ ରାଜି ହୋଇଥିବା ସୂଚନା ମିଳିଛି |

ସୂଚନା ଅନୁଯାୟୀ, କେରଳର ୱାୟନାଡରୁ ପ୍ରଥମଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା। ଏଠାରେ ଉପନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପାଇଁ ପ୍ରଚାର କରିପାରନ୍ତି ମମତା ବାନାର୍ଜୀ | ତେବେ ମମତା ବାନାର୍ଜୀ ଚଳିତ ନିର୍ବାଚନରେ ପ୍ରିୟନକ ଗାନ୍ଧୀଙ୍କୁ ବାରଣାସୀରୁ ଲଢ଼ିବାକୁ ପ୍ରସ୍ତାବ ଦେଇଥିଲେ | ଏକଥା ରାହୁଲ ଗାନ୍ଧୀ ମଧ୍ୟ ସ୍ୱୀକାର କରିଥିଲେ | କିନ୍ତୁ ରାଜ୍ୟରେ ଅଧୀର ରଞ୍ଜନ ଚୌଧୁରୀଙ୍କ ଟିଏମସି ବିରୋଧରେ ମନ୍ତବ୍ୟ ପାଇଁ ପଶ୍ଚିମବଙ୍ଗ ଟିଏମସି ଇଣ୍ଡିଆ ମେଣ୍ଟରେ ଥା ମଧ୍ୟ ଏକାକୀ ନିର୍ବାଚନ ଲଢ଼ିଥିଲେ | ଏଥିପାଇଁ ସମ୍ପର୍କରେ ବିବାଦ ଉପୁଜିଥିଲା |

ସୂଚନା ଅନୁଯାୟୀ ଶୁକ୍ରବାର ଦିନ ବରିଷ୍ଠ କଂଗ୍ରେସ ନେତା ପି ଚଦାମ୍ବରମ ବେଙ୍ଗଲ ଯାଇ ମମତା ବାନାର୍ଜୀଙ୍କୁ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ଦୀର୍ଘ ୩୫ ମିନିଟ ଧରି ଆଲୋଚନା ହୋଇଥିଲା। ସମ୍ଭବତଃ ଏହି ସମୟରେ ଚିଦାମ୍ବରମ ୱାୟନାଡରେ ପ୍ରଚାର କରିବାକୁ ମମତାଙ୍କୁ ଅନୁରୋଧ କରିଥିଲେ। ଏହି ଅନୁରୋଧକୁ ସେ ରକ୍ଷା କରିଥିବା ଆଜି ଖବର ମିଳିଛି।

ପୂର୍ବ ସୂଚନା ଆଧାରରେ, ରାହୁଲ ଗାନ୍ଧୀ ଚଳିତ ନିର୍ବାଚନରେ ସେ ଉଭୟ ୱାୟନାଡ ଏବଂ ରାଇବରେଲୀରୁ ବିଜୟଲାଭ କରିଥିଲେ | କିନ୍ତୁ ନିୟମ ଅନୁଯାୟୀ ସେ କେବଳ ଗୋଟିଏ ଆସନ୍ତ ରଖିପାରିବେ | ତେଣୁ ସେ ରାଇବରେଲୀ ରଖି ୱାୟନାଡ ଛାଡିଥିଲେ | ଏଠାରେ ଏବେ ଉପନିର୍ବାଚନ ହେବ | ଯେଉଁଥିରେ ପ୍ରିୟଙ୍କା ଗାନ୍ଧୀଙ୍କୁ ପାର୍ଥୀ କରିଛନ୍ତି |

Leave a Reply

Your email address will not be published. Required fields are marked *