Pratidin TV

Odisha's Digital News Platform

ମମତା ଦିଦି ଦେଲେ ପ୍ରତିଶୃତି ,ନିର୍ଵାଚନ ପରେ ମୋଦିଙ୍କ ମନ୍ଦିର ନିର୍ମାଣ କରିବେ , ତୁଳସୀପତ୍ର ବି ଚଢାଇବେ…

ପୁଣି ରାଗିଲେ ମମତା ଦିଦି । ଏବେ ପୁଣିଥରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ  ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସେ ବାଓଲୋଜିକାଲ ଭାବେ ଜନ୍ମ ନେଇନାହାନ୍ତି। ଭଗବାନ ତାଙ୍କୁ ପୃଥିବୀକୁ ପଠାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୪୭ ପର୍ଯ୍ୟନ୍ତ ଭଗବାନଙ୍କ ଦୂତ ହୋଇ ରହିବେ। ସେ ଈଶ୍ବରଙ୍କ ଦ୍ୱାରା ପ୍ରେରିତ ଦୂତ ଭାବରେ ବଞ୍ଚିବାକୁ ଯାଉଛନ୍ତି ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ମମତା କହିଛନ୍ତି,ଯଦି ସେ ପ୍ରକୃତରେ ଭଗବାନ ତେବେ ଏହା ଭଲ।କିନ୍ତୁ ଭଗବାନ ରାଜନୀତି କରନ୍ତି ନାହିଁ। ସେ ଲୋକମାନଙ୍କ ବିଷୟରେ ଖରାପ କଥା କୁହନ୍ତି ନାହିଁ କିମ୍ବା ଦଙ୍ଗାରେ ସେମାନଙ୍କୁ ହତ୍ୟା କରନ୍ତି ନାହିଁ। ସେ ମିଛ କୁହନ୍ତି ନାହିଁ।

ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରି ଏପରି  କହିଛନ୍ତି । ମମତା ବାନାର୍ଜୀ  କହିଛନ୍ତି ମୁଁ ଆପଣଙ୍କୁ ଏକ ସ୍ଥାନ ଦେବି ଯାହା ଦ୍ୱାରା ଆପଣ ଏକ ମନ୍ଦିର ନିର୍ମାଣ କରିପାରିବେ ଏବଂ ଆପଣଙ୍କର ଫଟୋ ରଖିପାରିବେ। ଆମେ ତୁଳସୀପତ୍ର ଏବଂ ଫୁଲ ମଧ୍ୟ ଚଢାଇବୁ ଏବଂ ଧୂପକାଠି ଦେବୁ ଏବଂ ପୁରୋହିତ ନିଯୁକ୍ତ କରିବୁ। ମିଠା ଏବଂ ଖେଚୁଡି ମଧ୍ୟ ଲାଗି ହେବ। ଯାହାଫଳରେ ଆପଣ ସେଠାରେ ବସିବ ଏବଂ ଦୟାକରି ଭାରତକୁ ଅସୁବିଧାରେ ପକାନ୍ତୁ ନାହିଁ। କିଛିଦିନ ପୂର୍ବରୁ ଏକ ସାକ୍ଷାତକାରରେ ମୋଦି କହିଥିଲେ, ସେ ଅନୁଭବ କରୁଛନ୍ତି ଯେ ଭଗବାନ ତାଙ୍କୁ କିଛି ଉଦ୍ଦେଶ୍ୟରେ ପଠାଇଛନ୍ତି, ତେଣୁ ସେହି ଉଦ୍ଦେଶ୍ୟ ପୂରଣ ନ ହେବା ପର୍ଯ୍ୟନ୍ତ ସେ କାର୍ଯ୍ୟ ଜାରି ରଖିବେ।

Leave a Reply

Your email address will not be published. Required fields are marked *