ବାଲି ବୋଝେଇ ଟ୍ରକକୁ ଧକ୍କାଦେଲା ଏକ୍ସେପ୍ରସ, ହୁତୁୁ ହୁତୁ ହୋଇ ଜଳିଲା ଇଞ୍ଜିନ…
1 min readପୁଣି ଘଟିଲା ଆଉ ଏକ ଟ୍ରେନ୍ ଦୁର୍ଘଟଣା । ବାଲି ବୋଝେଇ ଟ୍ରକକୁ ଧକ୍କା ଦେଲା ଟ୍ରେନ । ପରେ ହୁତୁ ହୁତୁ ହୋଇ ଜଳି ଉଠିଲା ଟ୍ରେନ୍ ଇଞ୍ଜିନ । ଏହି ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଆହାତ ହୋଇଥିବା ବେଳେ ଘଟଣାସ୍ଥାଳରେ ରେଳବାଇ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରୀ ରଖିଛନ୍ତି । ତେବେ ଏଭଳି ଦୁର୍ଘଟଣା ଘଟିଛି ପଶ୍ଚିମବଙ୍ଗ ବଲାରପୁର ଷ୍ଟେସନ ନିକଟରେ ।
ସୂଚନା ମୁତାବିକ ଏକ ବାଲି ବୋଝେଇ ଟ୍ରକ ରବିବାର ରାତି ପ୍ରାୟ ୧ ଟା ସମୟରେ ମାଲଦା ଅଭିମୁଖେ ଯାଉଥିଲା । ଟ୍ରକଟି ରେଳ ଲାଇନକୁ ପାର ହେଉଥିଲା ବେଳେ ସେହି ସମୟରେ ରାଧିକାପୁର ଏକ୍ସପ୍ରେସ ସେହି ଟ୍ରାକ ମଧ୍ୟ ଦେଇ ଯାଉଥିଲା । ଟ୍ରକଟି ଦ୍ରୁତ ଗତିରେ ଆସୁଥିବାରୁ ଟ୍ରେନ ସହ ଧକ୍କା ଦେଇଥିଲା । ଏହି ସମୟରେ ଲୋକ ପାଇଲଟ ଜରୁରୀ କାଳୀନ ବେକ୍ର ଲଗାଇବାକୁ ଚେଷ୍ଟା କରିଥିବା ବେଳେ ଟ୍ରେନଟି ଭାରସାମ୍ୟ ହରାଇ ଲାଇନଚ୍ୟୁତ ହୋଇ ପଡିଥିଲା । ଏହି ଦୁର୍ଘଟଣା ହେତୁ ଟ୍ରେନର ଇଞ୍ଜିନରେ ନିଆଁ ଲାଗିଯାଇଥିଲା । ତେବେ ଟ୍ରକର କିଛି ଅଂଶ ଭାଙ୍ଗି ରେଳ ଲାଇନରେ ଅଟକି ରହିଥିଲା । ଏହି ଖବର ପାଇବା ପରେ ରେଳ ବିଭାଗର ଅନେକ ଅଧିକାରୀ, ରେଳ ପୋଲିସ ଏବଂ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୁଇଟି ଫାୟାର ଇଞ୍ଜିନ ଶୀଘ୍ର ପହଞ୍ଚି ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲା । ଏହି ଦୁର୍ଘଟଣାରେ ବିଶେଷ କିଛି କ୍ଷୟକ୍ଷତି ଘଟିନଥିବା ବେଳେ ୧୫ ଜଣ ଯାତ୍ରୀ ଆହାତ ହୋଇଛନ୍ତି । ସେପଟେ ଅଧିକାରୀଙ୍କ କହିବାନୁସାରେ, ଯଦି ଲୋକୋ ପାଇଲଟ ସତର୍କ ନଥାନ୍ତେ, ତେବେ ଏକ ବଡ଼ ଦୁର୍ଘଟଣା ଘଟିଥାନ୍ତା । ଏହା ସହିତ ରୁଟରେ ଟ୍ରେନ୍ ସେବା ମଧ୍ୟ କିଛି ସମୟ ପାଇଁ ବ୍ୟାହତ ହେବାକୁ ପଡିଲା । ଏହା ପରେ ରାଧିକାପୁର ଏକ୍ସପ୍ରେସ ଯାଉଥିବା ଯାତ୍ରୀମାନଙ୍କ ପାଇଁ କିଛି ବିକଳ୍ପ ଯାନର ବ୍ୟବସ୍ଥା କରାଯାଇଥିଲା ।