Pratidin TV

Odisha's Digital News Platform

ପିଲାମାନେ ବାପାମା’ ଙ୍କ କଥା ନଶୁଣିବା ୧୦ ଟି କାରଣ ଓ ଭୟ।

1 min read

କିଶୋର ଅବସ୍ଥା ହେଉ ବା ପିଲାବେଳ ବା ଯୁବାବସ୍ଥାରେ ଅନେକ ସମୟରେ ଅଭିଭାବକ ଅଭିଯୋଗ କରନ୍ତି ପିଲା ତାଙ୍କ କଥା ଶୁଣନ୍ତି ନାହିଁ। ଯଦିଓ କୌଣସି ବାପା ମା ବା ଅଭିଭାବକ ପିଲାଙ୍କ ଅମଙ୍ଗଳ ଚାହାନ୍ତି ନାହିଁ, ସେମାନେ ଦୁନିଆଁ ଦେଖିଛନ୍ତି ଓ ସେହି ଅଭିଜ୍ଞତା ବା ଅନୁଭୂତି ଆଧାର ରେ ସେମାନେ ପିଲାଙ୍କୁ ପ୍ରେମ, ଶିକ୍ଷା, ବ୍ୟବହାର ନିର୍ଦ୍ଦିଷ୍ଟ ଅନେକ ବିଷୟରେ ଉପଦେଶ ଦିଅନ୍ତି ହେଲେ ଅଧିକାଂଶ ପିଲା ଏହି ଉପଦେଶ ଗୁରୁତ୍ଵ ଦିଅନ୍ତି ନାହିଁ, ସେମାନେ ସେୟା କରନ୍ତି ଯାହା ସେ କରିବାକୁ ଚାହାନ୍ତି। ତେବେ ଏହାର କାରଣ କଣ ?

୧. ଅନେକ ସମୟରେ ପିଲା ଘଟଣା ବା ବିଷୟ ନିଜ ଦୃଷ୍ଟିରେ ଯାହା ଦେଖନ୍ତି ତାକୁ ଠିକ୍ ବୋଲି ଭାବନ୍ତି। ଓ ମନରେ ଧାରଣା ରଖନ୍ତି ସେମାନେ ଯାହା ଭାବୁଛନ୍ତି ତାହା ଠିକ୍ ଓ ବାପା ମା ଅଭିଭାବକ ତାକୁ ତାଙ୍କ ଦୃଷ୍ଟିରେ ନଦେଖିପରିବା କାରଣ ରୁ ସେମାନେ ବିଦ୍ରୋହୀ ହେଇଯାଆନ୍ତି।

Advertisement

୨. ଅନେକ ସମୟରେ ବାପା ମା ବା ଅଭିଭାବକ ପିଲାଙ୍କ କଥା ସେମାନଙ୍କ ଦୃଷ୍ଟିକୋଣ କୁ ସୁନାନ୍ତିନାହିଁ ବା ଦେଖନ୍ତି ନାହିଁ। ଯାହା ପିଲା ଓ ଅଭିଭାବକ ମଧ୍ୟରେ ଦୂରତା ବଢ଼େଇ ଦିଏ।

୩. ପିଲା ଙ୍କ ଦୃଷ୍ଟିକୋଣ ମୌଳିକ ହେଇଥାଏ କାରଣ ସେମାନଙ୍କୁ ପ୍ରକୃତି ଭିନ୍ନ ଢ଼ଙ୍ଗରେ ତିଆରି କରେ ହେଲେ ଅଭିଭାବକ ଏହାକୁ ପୁରୁଣା ଢଙ୍ଗରେ ଦେଖି ନିଜ ମତ ତାଙ୍କ ଉପର ଥୋପିବାକୁ ଚେଷ୍ଟା କରନ୍ତି ଯାହାଦ୍ଵାରା ପିଲା ତାଙ୍କ କଥା ଶୁଣନ୍ତି ନାହିଁ।

୪. ଅଭିଭାବକ ପିଲାଙ୍କୁ ନୂଆ ନୂଆ ଭୁଲ କରିବାକୁ ସୁଯୋଗ ଦିଅନ୍ତି ନାହିଁ, କିଛି ଭୁଲ ହେଲେ ଏଭଳି ବ୍ୟବହାର କରନ୍ତି ଯେମିତି ପିଲା ବହୁତ୍ ବଡ଼ ଭୁଲ୍ କରିଛି ଓ ରାଗିକରି କଥା ହୁଅନ୍ତି ଯାହା ଦ୍ଵାରା ପିଲା ବାପାମା ଙ୍କୁ କଥା ଲୁଚେଇବା ଆରମ୍ଭ କରନ୍ତି।

୫. ପିଲାଙ୍କୁ ଭଲପାଇବା ଦିଅନ୍ତୁ ନାଁ କି ନିଜ ଚିନ୍ତାଧାରା , ସେମାନଙ୍କୁ ସେମାନଙ୍କ ଢଙ୍ଗରେ ଭାବିବାକୁ ଓ କରିବାକୁ ସ୍ଵାଧୀନତା ଦେବା ଆବଶ୍ୟକ ଯାହାଦ୍ଵାରା ସେମାନେ ଅଭିଭାବକଙ୍କ ନିକଟତର ହେବେ।

୬. ପିଲାଙ୍କ କଥାକୁ ଧ୍ୟାନଦେଇ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ, be a good listener ଓ ଧର୍ଯ୍ୟସହ ସେମାନଙ୍କ ସହ ଆଲୋଚନା କରନ୍ତୁ।

୭. ପିଲାଙ୍କୁ ନୂଆ ଭୁଲ୍ କରିବାକୁ ସ୍ଵାଧୀନତା ଦିଅନ୍ତୁ ଓ କୁହନ୍ତୁ ଏହ ଦାୟିତ୍ଵ ନିଜେ ନେବାକୁ।

୮. ପିଲାଙ୍କୁ ନିସର୍ତ୍ତ ପ୍ରେମ ଦିଅନ୍ତୁ, ତେବେ ବି ଯେବେ ସେ ଭୁଲ୍ କରିଛନ୍ତି ଓ ତାଙ୍କ ମଧ୍ୟରେ ଭଲ ଓ ଖରାପ୍ ଉଭୟ ବିଚାର ଶକ୍ତି ସୃଷ୍ଟି କରନ୍ତୁ।

୯. ପିଲା ଭୁଲ୍ କରିବେ ସ୍ଵାଭାବିକ ହେଲେ ବାପା ମା ବା ଅଭିଭାବକ ହିସାବରେ ତାଙ୍କୁ ସ୍ବୀକାର କରନ୍ତୁ। ହେଇପାରେ ସେ ଆପଣଙ୍କ କଥା ଏବେ ନ ବୁଝିପାରନ୍ତି ହେଲେ ଆଗକୁ ନିଶ୍ଚିତ ବୁଝିବେ।

୧୦. ପିଲାଙ୍କ ପଛରେ ଗୁପ୍ତଚର ନହେଇ ତାଙ୍କୁ ସ୍ବାଧୀନତା ଦିଅନ୍ତୁ। ସ୍ବାଧିନତା ଦେଲେ ପିଲା ଠିକ୍ ଭୁଲ୍ ଦୁଇଟା କରିବେ ହେଲେ ଏମିତି ହିଁ ତାଙ୍କ ପ୍ରତିଭା ବଢ଼ିବ। ପିଲାଙ୍କୁ ନିଜ ସହ ଏକମତ ହେବାକୁ ବାଧ୍ୟ କରନ୍ତୁ ନାହିଁ ବରଂ ତାଙ୍କୁ ସ୍ନେହ ସହ ସ୍ବୀକାର କରନ୍ତୁ। ସବୁ ପିଲା ଅଲଗା ସମସ୍ତଙ୍କ ପ୍ରତିଭା ଅଲଗା, ସାଧରଣତଃ ପିଲା teen age ରେ ବିଦ୍ରୋହୀ ହେଇଯାଆନ୍ତି ହେଲେ ଧର୍ଯ୍ୟସହ ସେମାନଙ୍କ ସହ ସାଙ୍ଗ ହେଇ ଆଲୋଚନା କଲେ ସେମାନେ ଆପଣଙ୍କ କଥା ଗ୍ରହଣ କରିବେ। ମନେ ରଖନ୍ତୁ ସିଧାସିଧା ପିଲା ଆପଣଙ୍କ କଥା ଶୁଣିବେ ହେଲେ ଭୁଲିଯିବେ ହେଲେ ତାଙ୍କ ଢଙ୍ଗରେ ଆପଣ ତାଙ୍କ ଦୁନିଆଁ ଦେଖିଲେ ଆପଣ ତାଙ୍କୁ ବୁଝି ପାରିବେ।

ସବୁପିଲା ପ୍ରତିଭା ନେଇ ଜନ୍ମ ହୁଅନ୍ତି ହେଲେ ଅନେକ ସମୟରେ ବାପାମା ସେ ପ୍ରତିଭା ନିଜ ହିସାବରେ ପିଲାଙ୍କୁ ଗଢିବାରେ ନଷ୍ଟ କରିଦିଅନ୍ତି। ସେ ଭୁଲ୍ ଆପଣ କରନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *