Pratidin TV

Odisha's Digital News Platform

ବାସ୍ତୁ ଅନୁଯାୟୀ ନିଜ ଅଫିସ ଟେବୁଲକୁ ଏଭଳି ସଜାଡନ୍ତୁ, ମିଳିବ ଶୁଭ ଖବର..

1 min read

ସମସ୍ତେ ଚାକିରି ଓ ବ୍ୟବସାୟରେ ଉନ୍ନତି ଚାହାନ୍ତି । ଏଥିପାଇଁ କିଏ କାମରେ ଅନେକ ପରିୀଶ୍ରମ କରନ୍ତି ତ କିଏ ନିଜ ଠାରୁ ବଡ ଅଫିସର ମାନଙ୍କ ସହ ଭଲ ସର୍ମ୍ପକ ରଖି ଆଗକୁ ବଢିବାକୁ ଚେଷ୍ଟା କରିଥାନ୍ତି । କିଏ କିଏ ନିଜ କାର୍ଯ୍ୟରେ ଉନ୍ନତି ପାଇଁ ବାସ୍ତୁର ସାହାରା ନେଇଥାନ୍ତି । ତେଣୁ ଅଫିସ୍ ଟେବୁଲରେ ଅନେକେ ଠାକୁରଙ୍କ ଫଟୋ ରଖନ୍ତି । ତେବେ ଅଫିସ୍ ଟେବୁଲରେ କେଉଁ ଜିନିଷ ରଖିବା ଶୁଭ ଆପଣ ଜାଣିଛନ୍ତି କି? ନିଜ ଅଫିସ ଟେବୁଲ ଉପରେ ସମସ୍ତେ ସାଧାରଣ କମ୍ପୁଟର ,କାର୍ଯ୍ୟର ଫାଇଲ୍ସ ନୋଟ ପ୍ୟାଟ କଲମ ଷ୍ଟାମ୍ପ ଇତ୍ୟାଦି ରଖିଥାନ୍ତି । ହେଲେ ଏଭଳି କିଛି ଜିନିଷ ଅଛି ଯାହାକୁ ରଖିଲେ ଆପରଙ୍କୁ ନିଜକାର୍ଯ୍ୟରେ ଉନ୍ନତି ମିଳିବ । ଯାହା ସମ୍ପର୍କରେ ଅନେକ ଜାଣି ନ ଥାନ୍ତି । ବାସ୍ତୁଶାସ୍ତ୍ର ଅନୁସାରେ ଅଫିସ୍ ଟେବୁଲରେ କିଛିଟା ପରିବର୍ତ୍ତନ ଆଣିଲେ ଜୀବନରେ ଉନ୍ନତି ପରିଲକ୍ଷିତ ହୋଇଥାଏ ।

ତେବେ ଆସନ୍ତୁ ଜାଣିବା କଣ ସେସବୁ..
ସର୍ବଦା ନିଜର ଅଫିସ ଟେବୁଲର ଉତ୍ତର ଦିଗରେ ପାଣି ବୋତଲ ରଖନ୍ତୁ ।
କାମ ସମ୍ବନ୍ଧୀୟ ଫାଇଲ ତଥା ବହି କି ନୋଟ ପ୍ୟାଡକୁ ଟେବୁଲର ଡାହାଣ ପାର୍ଶ୍ୱରେ ରଖନ୍ତୁ ।
ନିଜକୁ ଫ୍ରେସ ଅନୁଭବ କରାଇବା ପାଇଁ ଆଜିକାଲି ଟେବୁଲ ଉପରେ କୌଣସି ଏକ ଛୋଟ ପ୍ଲାଣ୍ଟ ରଖନ୍ତୁ ।ଯାହା ଆଫଣଙ୍କୁ ପଜିଟିଭ ଭାଇଭସ୍ ଦେଇଥାଏ ।
ଆଉ ଆପଣ ନିଜ ପସନ୍ଦର ଭଗବାନଙ୍କ ଫଟୋ ନିଜ ଟେବୁଲର ଉତ୍ତର ଦିଗରେ ରଖନ୍ତୁ । ଦେଖିବେ ନିଶ୍ଚୟ ଭଲ ଫଳ ଆପଣଙ୍କୁ ମିଳିବ ।

Advertisement

Leave a Reply

Your email address will not be published. Required fields are marked *