Pratidin TV

Odisha's Digital News Platform

ବିଧାନସଭା ଭିତରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଦେଖି କଣ କହିଲେ ନବୀନ…..

1 min read

ବିଧାନସଭା ଭିତରେ କଣ୍ଟାବାଞ୍ଝିର ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଦେଖି ହଠାତ ଅଟକି ଅଲେ ନବୀନ | ଲକ୍ଷ୍ମଣ ବାଗ ସେହି ଜଣେ ବିଧାୟକ ଅପରାଜ୍ୟ ନବୀନଙ୍କୁ କରିଥିଲେ ପରାଜୟ | କିନ୍ତୁ ଆଜି ଯେତେବେଳେ ହଠାତ ଲକ୍ଷ୍ମଣ ବାଗଙ୍କ ସହ ନବୀନ ପଟ୍ଟନାୟକଙ୍କ ଭେଟ ହୋଇଥିଲା ସେତେବେଲେ ନବୀନ ଙ୍କ ମନରେ ନଥିଲା ଆକ୍ରୋଶ କି କ୍ରୋଧ | ଅଟ ସମ୍ମାନର ସହ ୨ ହାତ ଯୋଡି ଲକ୍ଷ୍ମଣଙ୍କୁ ଜଣାଇଥିଲେ ଶୁଭେଚ୍ଛା |

ଆଜି ୧୭ ଜଣ ବିଧାୟକ ନିଜ ଗୋପନୀୟତାର ଶପଥ ଗ୍ରହଣ କରୁଥିବା ବେଳେ ଏହି ସମୟରେ ହଜାର ହୋଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳିର ବିଧାୟକ ନବୀନ ପଟ୍ଟନାୟକ | ଯେଉଁ ସମେରର ସେ ଶପଥ ନେବାକୁ ଯାଉଥିଲେ ହଠାତ ସେହି ସମୟରେ

Advertisement

ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନ। ଆଜି ଓ ଆସନ୍ତାକାଲି ନବନିର୍ବାଚିତ ବିଧାୟକମାନେ ଶପଥ ନେବେ। ଗୁରୁବାର ଅର୍ଥାତ୍ ଜୁନ୍ ୨୦ରେ ହେବ ବାଚସ୍ପତି ନିର୍ବାଚନ। କଣ୍ଟାବାଞ୍ଜିର ବିଜେପି ବିଧାୟକ ଲକ୍ଷ୍ମଣ ବାଗ ନିଜ ଆସନରୁ ଉଠିପଡ଼ି ତାଙ୍କୁ ନମସ୍କାର କରିବା ସହିତ ନିଜ ପରିଚୟ ଦେଇଥିଲେ। ପରିଚୟ ପାଇ ଲକ୍ଷ୍ମଣ ବାଗଙ୍କୁ ନବୀନ ଶୁଭେଚ୍ଛା ଜଣାଇଥିଲେ | ପରେ ତାଙ୍କ ପାଖରେ ଥିବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀନକସହ ୨ ଉପମୁଖ୍ୟମନ୍ତ୍ରୀ ନବୀନଙ୍କୁ ସମ୍ମାନର ସହ ନମସ୍କାର ଜଣାଇଲେ |

ତେବେ ଲକ୍ଷ୍ମଣ ବାଗ ହେଉଛନ୍ତି, ଜଣେ ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା | ଯିଏ ନବୀନଙ୍କ ବିଜେରେ ଲଗାମ ଲଗାଇଥିଲେ | ପରାଜୟ ନବୀନଙ୍କ ଠାରୁ ଛଡାଇନେଇଥିଲେ ଟ୍ୟାଗ | କଣ୍ଟାବାଞ୍ଝି ରେ ନବୀନଙ୍କ ପାଇଁ ସାଜିଥିଲେ କଣ୍ଟା | ତେବେ ନିର୍ବଚନ ସମୟରେ ଲକ୍ଷ୍ମଣ ବାଗଙ୍କୁ ନେଇ ମଧ୍ୟ ଜୋରସୋରରେ ଚର୍ଚ୍ଚା ହେଉଥିଲା | ତାଙ୍କୁକ ନେଇ ବଲାଙ୍ଗୀରି ବିଜେପି ଖୁସିରେ ଝୁମିଥିଲେ | ଏପରିକି ଲକ୍ଷ୍ମଣ ବାଗଙ୍କ ପାଇଁ ମୋଦି ଆସି ଭୋଟ ଭିକ୍ଷା କରିଥିଲେ | ସାଧାରଣ ଚାଷୀର ପୁଅ ହେଉଛନ୍ତି ଲକ୍ଷ୍ମଣ ବାଗ | ରାଜ୍ୟରେ ସେ ପୁରୁଣା କି ବଡ ନେତା ନଥିଲେ | ସେ ଜଣେ ସାଧାରଣ ବ୍ୟକ୍ତି ଭାବେ କଣ୍ଟାବାଞ୍ଝିରେ ପରିଚିତ | ତେବେ ଗତ ୨0 ବର୍ଷ ହେବ ବିଜେପିରେ ଯୋଗଦାନ କରିଥିଲେ | ସେ କଣ୍ଟାବାଞ୍ଝି ବିକାଶ ପାଇଁ କାର୍ଯ୍ୟ କରିଆସୁଥିଲେ | ତାଙ୍କ ପାରିବାରିକ ଜମିରେ ଚାଷୀ ଭାବେ କାର୍ଯ୍ୟ କରୁଥିଲେ | କିନ୍ତୁ ବର୍ତ୍ତମାନ ନବୀନଙ୍କୁ କଣ୍ଟାବାଞ୍ଝିରେ ହରାଇ ସେ ଚର୍ଚ୍ଚାକୁ ଆସିଛନ୍ତି |

Leave a Reply

Your email address will not be published. Required fields are marked *