Pratidin TV

Odisha's Digital News Platform

୨୪ ନିର୍ବାଚନରେ କ’ଣ କହୁଛି ଓଡିଶାର ଆକଳନ ?

1 min read

୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ଲୋକସଭା ନିର୍ବାଚନ ସମାପ୍ତ ହେବା ସହିତ ଜାତୀୟ ଗଣମାଧ୍ୟମ ସେମାନଙ୍କର ଏକଜିଟ ପୋଲ ନେଇଆସିଛନ୍ତି | ଓଡ଼ିଶାରେ ୨୧ଟି ଲୋକସଭା ଆସନ ପାଇଁ ୨0୨୪ ଲୋକସଭା ନିର୍ବାଚନ ୪ଟି ପର୍ଯ୍ୟାୟରେ ଏକାକିକାଳୀନ ୧୪୭ଟି ଆସନ ପାଇଁ ବିଧାନସଭା ପାଇଁ କରାଯାଇଥିଲା | ୪ର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଯସାରିଛି | ୨0୧୯ ରେ ବିଜେଡି ୧୨ଟି ସିଟ ଜିତି ଥିବା ସମୟରେ ବିଜେପି ୮ ଏବଂ କଂଗ୍ରେସ ମାତ୍ର ଗୋଟିଏ ସିଟ ଜିତିଥିଲେ |

ଇଣ୍ଡିଆ ଟିଭିର ଏକଜିଟ ପୋଲ ଅନୁଯାୟୀ ଓଡ଼ିଶାରେ ଲୋକସଭା ନିର୍ବାଚନରେ ବିଜେପି ନିର୍ବାଚନ ମଇଦାନରେ ଚମତ୍କାର ପ୍ରଦର୍ଶନ କରି ବିଜୟ ହାସଲ କରୁଛି | ସେପଟେ ୨୫ ବର୍ଷ ଧରି କ୍ଷମତାସୀନ ବିଜେଡିକୁ ଶକ୍ତ ଝଟକା ଲାଗିଛି | ଇଣ୍ଡିଆ ଟିଭି ଏକଜିଟ ପୋଲ ମୁତାବକ ଓଡ଼ିଶାର ୨୧ ଲୋକସଭା ସିଟରୁ ବିଜେପି ୧୫ରୁ ୧୭ ଆସନ ଜିତୁଥିବା ସମୟରେ ବିଜେଡି ୪ରୁ ୬ ଏବଂ କଂଗ୍ରେସ 0ରୁ ୧ ଆସନ ଜିତିପାରେ | ଏପରି ଭାବରେ ବିଜେପି ଓଡ଼ିଶାରେ ଇତିହାସ ରଚିବ | ୨0୧୯ରେ ବିଜେପି ଶ୍ରେଷ୍ଠ ପ୍ରଦର୍ଶନ କରି ୮ଟି ଆସନ ଜିତିଥିଲେ | କିନ୍ତୁ ଏଥର ଦଳ ଦମଦାର ପ୍ରଦର୍ଶନ କରୁଥିବା ଏକଜିଟ ପୋଲରେ ଆକଳନ କରାଯାଉଛି | ଅନ୍ୟପଟେ ବିଜେଡି ୨0୧୯ରେ ୧୨ଟି ସିଟ ଜିତିଥିବା ବେଳେ ଏହି ସଂଖ୍ୟା ୬କୁ ଖସିପାରେ ବୋଲି ଇଣ୍ଡିଆ ଟିଭି ଏକଜିଟ ପୋଲରେ ଆକଳନ କରାଯାଉଛି | କଂଗ୍ରେସ ପୂର୍ବପରି ଏଥର ସର୍ବାଧିକ ଗୋଟିଏ ଆସନ ଜିତିପାରେ | ତେବେ ଜୁନ ୪ର ନିର୍ବାଚନ ଫଳାଫଳକୁ ଅପେକ୍ଷା |

Advertisement

Leave a Reply

Your email address will not be published. Required fields are marked *