Pratidin TV

Odisha's Digital News Platform

କ’ଣ ଏହି ରାଟ ମାଇନିଂ? ଯାହା ଆଜି ସାଜିଛି ୪୧ ଶ୍ରମିକଙ୍କ ଜୀବନ କବଚ..

1 min read

ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲ ଭିତରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର ପାଇଁ ଚାଲିଛି ସଂଘର୍ଷ । ଦୀର୍ଘ ୧୬ ଦିନ ଧରି ରାତିର ନିଦ ହଜାଇ ୪୧ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଲାଗି ପଡିଛନ୍ତି ଉଦ୍ଧାରକାରୀ ଦଳ । ବିଦେଶର ମେସିନ ମଧ୍ୟ ଶ୍ରମିକଙ୍କୁ କାଢିବାରେ ବିଫଳ ହୋଇଗଲା ଶେଷରେ ସାହାରା ସାଜିଲା ରାଟ ହୋଲ ମାଇନିଂ । ଆଜ୍ଞା ହଁ ଉତ୍ତରକାଶୀ ଟନେଲ ଭିତରେ ଜୀବନ ସହ ସଂଘର୍ଷ କରୁଥିବା ୪୧ ଶ୍ରମିକଙ୍କ ଭରସା ସାଜିଛି ରାଟ ମାଇନିଂ । ଯାହା ଅତ୍ୟାଧୁନିକ ଅଗର ମେସିନ କରିପାରିଲାନି ତାକୁ ରାଟ ହୋଲ ମାଇନରମାନେ କରିପାରିବେ କି?

ତେବେ କଣ ଏହି ରାଟ ହୋଲ ମାଇନିଂ? ଏହାକୁ କିଭଳି ଭାବେ କାର୍ଯ୍ୟ କାରି କରାଯାଏ ଆପଣ ଜାଣିଛନ୍ତି କି?
ଯଦି ଜାଣି ନାହନ୍ତି ତେବେ ଆଜି ଆମେ ଆପଣଙ୍କୁ ଏହି ବିଷୟରେ ଜଣାଇବୁ । ରାଟ୍‌-ହୋଲ୍ ମାଇନିଂ ବା ଓଡ଼ିଆରେ କୁହାଯାଏ ମୂଷା ଗାତ । ଏଭଳି ଭାବେ ପୂର୍ବରୁ ଖଣି ଖୋଳା ହେଉଥିଲା । ଯାହା କୋଇଲା ଉତ୍ତୋଳନର ଏକ ଅତି ପୁରୁଣା ପଦ୍ଧତି । ବର୍ତ୍ତମାନ ଅନେକ ମେସିନ ବ୍ୟବହାର କରି ଅତି ସହଜରେ ଖୁବ ସମୟରେ କୋଇଲା ଖନନ କରାଯାଇ ପାରୁଛି । କିନ୍ତୁ ପୂର୍ବରୁ ଏହି ରାଟ ମାଇନିଂ ପଦ୍ଧତିରେ କାର୍ଯ୍ୟ କରାଯାଉଥିଲା । ଯାହାଦ୍ୱାରା ଅନେକ ଦିନ ସମୟ ଲାଗି ଯାଉଥିଲା । ଏହି କାର୍ଯ୍ୟରେ ଯେଉଁମାନେ ପାରଙ୍ଗମ ତାଙ୍କୁ ରାଟ ହୋଲ ମାଇନର କହନ୍ତି । ଏହାର ଅର୍ଥ ବିନା କୌଣସି ମେସିନର ବ୍ୟବହାରରେ ନିଜ ହାତରେ ପଥର ଖୋଳିଖୋଳି ଅତି ସଂକୀର୍ଣ୍ଣ ଗର୍ତ୍ତ ବା ସୁଡ଼ଙ୍ଗ ତିଆରି କରିବା । ତେବେ ଏହି କାର୍ଯ୍ୟରେ କେବଳ ଗଇଁତି, ବେଲଚା ଓ ଝୁଡ଼ିର ବ୍ୟବହାର କରାଯାଇଥାଏ । ଏହା ଖୁବ୍ ମନ୍ଥର ଓ ଶ୍ରମବହୁଳ କାର୍ଯ୍ୟ ହୋଇତାଏ । ଏହି ଗର୍ତ୍ତ ଭିତର ଦେଇ କେବଳ ଜଣେ ଲୋକ ଯାଇପାରିବ । ଅଧିକ ଲୋକ ସେହି ଗର୍ତ୍ତାରେ ପଶି ପାରିବେ ନାହିଁ । ମେଘାଳୟରେ ପୂର୍ବରୁ ଏହି ପଦ୍ଧତିରେ କୋଇଲା ବାହାର କାରାଯାଉଥିଲା ।

ଗାତ ଖୋଳିବା ପରେ କୋଇଲାକୁ ଏକ ଦଉଡି ଏବଂ ବାଉଁଶ ସିଡି ବ୍ୟବହାର କରି ଗାତ ଭିତରୁ ବାହାର କରାଯାଉଥିଲା । ଏହି ପଦ୍ଧତି ଅତ୍ୟନ୍ତ ବିପଦଜ୍ଜନକ ବୋଲି ବିବେଚନା କରାଯାଏ । ଶ୍ୱାସରୁଦ୍ଧ ହୋଇ ଅମ୍ଳଜାନ ଅଭାବ ଏବଂ ଭୋକରେ ଖଣି ଖନନକାରୀଙ୍କ ମୃତ୍ୟୁ ହେତୁ ଏହା ଅନେକ ଦେଶରେ ବେଆଇନ ଘୋଷଣା କରାଯାଇଛି ।ଏହି ବିପଦପୂର୍ଣ୍ଣ କାର୍ଯ୍ୟ ପରିସ୍ଥିତି, ପରିବେଶର କ୍ଷତି, ଏବଂ ଅନେକ ଦୁର୍ଘଟଣା ଯୋଗୁଁ ଆହତ ଏବଂ ପ୍ରାଣହାନି ଘଟିବା କାରଣରୁ ଏହି ଖାଉଟି ଖନନ ପ୍ରଣାଳୀ କଠୋର ସମାଲୋଚନାର ସମ୍ମୁଖୀନ ହୋଇଛି ।

୨୦୧୪ ରେ ଏହି ଅଭ୍ୟାସ ଉପରେ ପ୍ରତିବନ୍ଧକ ଲଗାଇଥିଲା ଏବଂ ୨୦୧୫ ରେ ଏହି ନିଷେଧାଦେଶ ବଜାୟ ରଖିଥିଲା। ଖଣି ଅଞ୍ଚଳରେ ଜଳ ପ୍ରବାହିତ ହୋଇ ବହୁ କର୍ମଚାରୀ / କର୍ମଚାରୀଙ୍କ ସମେତ ଅନେକଙ୍କର ମୃତ୍ୟୁ ଘଟିଛି । ଯାହାଫଳରେ ଏହାକୁ ବନ୍ଦ କରି ଦିଆଯାଇଛି । କିନ୍ତୁ ଉତ୍ତରକାଶୀ ଟନେଲରେ ଫସିଥିବା ଶ୍ରମିକଙ୍କ ପାଇଁ ଏହି ପଦ୍ଧତି ବର୍ତ୍ତମାନ ଏକମାତ୍ର ଭରସା ରହିଛି । ଅଗର ମେସିନ ଟନେଲ ଭିତରୁ ଶ୍ରମିକଙ୍କୁ ମୁକ୍ତ କରିବାରେ ବିଫଳ ହୋଇଥିଲା ଯାହାଫଳରେ ଏହି ପଦ୍ଧତିକୁ ଆପଣାଇବାକୁ ବାଧ୍ୟ ହୋଇଛନ୍ତି ଉଦ୍ଧାରକାରୀ । ତେବେ ଏବେ ଦେଖିବାକୁ ବାକି ରହିଲା ଏହାକୁ କେତେ ଦୂର ସଫଳ ହେଉଛି ।

Leave a Reply

Your email address will not be published. Required fields are marked *